ନରେଶ୍ୱର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକବଙ୍ଗଳାର ନରେଶ ହୋଟେଲର ମାଲିକ ନରେଶ୍ୱର ସାହୁ(୬୮)ଙ୍କ ରବିବାର ଦିନ ସକାଳ ପ୍ରାୟ ୭ଟା ସମୟରେ ଦେଓଗାଁ ଡାକବଙ୍ଗଳା ସ୍ଥିତ ତାଙ୍କ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ଶେଷ ସମୟରେ ଧର୍ମପତ୍ନୀଙ୍କ ସହ ୩ ପୁଅ ଅଶ୍ଵିନୀ, ପ୍ରଭାତ, ଆଲୋକ ଉପସ୍ଥିତ ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ଦୀର୍ଘ ୩୭ ବର୍ଷରୁ ଅଧିକ ହେଲା ଦେଓଗାଁ ଡାକବଙ୍ଗଳା ଛକରେ ହୋଟେଲ ଚଳାଇ ଆସୁଥିଲେ । ମୃତ୍ୟୁ ଖବର ଶୁଣି ଦେଓଗାଁ ଡାକବଙ୍ଗଲା ବଣିକ ସଂଘର ସଭ୍ୟମାନେ ଶେଷ ଦର୍ଶନ କରିବା ପରେ ପରେ ରବିବାର ଉପର ଓଲି ବଙ୍ଗଳାର ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ମଧ୍ୟାହ୍ନରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ଜ୍ୟେ‌ଷ୍ଠ ପୁଅ ଅଶ୍ୱିନୀ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

1 × 2 =