pakka

ଜଲିଆ ଗାଁର ଶତାୟୁ ବୃଦ୍ଧ ଗୌରହରି ବୁଡେକଙ୍କ ପରଲୋକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ପଂଚାୟତର ଜଲିଆ ଗାଁର ସବୁଠୁ ବୟସ୍କ ବୃଦ୍ଧ ଗୌରହରି ବୁଡ଼େକଙ୍କ ଦେହାନ୍ତ ହୋଇଯାଇଛି । ବୁଧବାର ମଧ୍ୟାହ୍ନ ୧୨ଟାରେ ସେ ଦେହତ୍ୟାଗ କରିଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ହେଉଥିଲା । ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ଲୋକଙ୍କ ସହିତ ଶାନ୍ତି ମୈତ୍ରୀ ଭାବ ରଖୁଥିଲେ । ଆଜି ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଗାଁ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ସାନ ପୁଅ କୃତିବାସ ବୁଡ଼େକ ମୁଖାଗ୍ନି ଦେଇଥିଲେ । ଶେଷ କୃତ୍ୟ ସମ୍ପର୍ଣ୍ଣ ବେଳେ ପୁଅ ବୋହୂ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 + two =