pakka

ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ପପୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଆବଶ୍ୟକ ହୋଇଥିବା ଖବର ପଶ୍ଚିମ ଓଡିଶା ଯୁବା ମଞ୍ଚ ପାଖକୁ ପହଞ୍ଚିଥିଲା । ତେବେ ସଙ୍ଗେ ସଙ୍ଗେ ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ପପୁ ଦଣ୍ଡସେନାଙ୍କୁ ସମ୍ପର୍କ କରାଯାଇଥିଲା । ପରେ ସେ ରୋଗୀଙ୍କୁ ପପୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି । ରୋଗୀଙ୍କ ନାମ ଶ୍ୟାମ ସୁନ୍ଦର ପଟେଲ ବୋଲି ଜଣାପଡିଛି । ଏହି ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇଥିବାରୁ ପପଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

3 × 4 =