pakka

ଆସନ ସଂରକ୍ଷଣରେ ପଛୁଆବର୍ଗଙ୍କୁ ଉପେକ୍ଷା ପ୍ରତିବାଦରେ ବିଜେପିର ଦାବୀପତ୍ର ପ୍ରଦାନ

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଗାମୀ ପଂଚାୟତିରାଜ ନିର୍ବାଚନ ପାଇଁ ପ୍ରଶାସନ ଆସନ ସଂରକ୍ଷଣ ତାଲିକା ପ୍ରକାଶ କରିଛି । କିନ୍ତୁ ରାଜ୍ୟ ସରକାର ପଛୁଆବର୍ଗଙ୍କୁ ୨୭ ଶତକଡା ସଂରକ୍ଷଣ ଦେବାକୁ ଘୋଷଣା କରି ଏବେ ଠକି ଦେଇଛି । କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଓ ସମସ୍ତ ୧୩ଟି ବ୍ଳକ ଅଧ୍ୟକ୍ଷ ପଦବୀ ମଧ୍ୟରେ ଗୋଟିଏ ବି ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ନାହିଁ । ସେହିପରି ପଛୁଆବର୍ଗ ଜନସଂଖ୍ୟା ଅନୁପାତରେ ସରପଂଚ, ସମିତି ସଭ୍ୟ ପଦବୀ ମଧ୍ୟ ସଂରକ୍ଷିତ କରାଯାଇ ନାହିଁ । ଫଳରେ ବିଭିନ୍ନ ରାଜନୈତିକ ଦଳ ସମେତ ପଛୁଆବର୍ଗ ମହଲରେ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ସୁଶ୍ରୀ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ପଛୁଆବର୍ଗଙ୍କ ପ୍ରତି ନ୍ୟାୟୋଜିତ ସଂରକ୍ଷଣ କରାନଯାଏ, ତେବେ ଆନ୍ଦୋଳନ କରାଯିବ ବୋଲି ଦଳ ଧମକ ଦେଇଛି । କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ ଓ ଯୋରାଡୋବ୍ରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ୱରେ ବରିଷ୍ଠ ନେତା ଦୟାନିଧି ସାହୁ, ଗୋପିନାଥ ସାହୁ, ଶିଶିର କୁମାର ସାହୁ, ଲିଙ୍ଗରାଜ ସାହୁ, କାହ୍ନୁଚରଣ ସାହୁ, ଗୋବିନ୍ଦ ଶଙ୍କର ସାହୁ, ଜୟନ୍ତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ପଛୁଆବର୍ଗଙ୍କୁ ଉପେକ୍ଷା ହେତୁ କର୍ଲାମୁଣ୍ଡା ବ୍ଳକ ଯାଦବ ସମିତି, ତୈଳିକ ବୈଶ୍ୟ ସମାଜ ମଧ୍ୟ ପ୍ରତିବାଦର ସ୍ୱର ଉଠାଇ ଆନ୍ଦୋଳନ ପାଇଁ ଧମକ ଦେଇଛି ।

jay balangir
Leave A Reply

Your email address will not be published.

seventeen − 10 =