ଗଜବାହାଲ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କଲେ ସିଏମ୍‌ଓ ଟିମ୍‌

କଳାହାଣ୍ଡି, (ନରୋତ୍ତମ ସେଲମା) : ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଜବାହାଲ ୫ଟି ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇଛି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଲ୍ୟାବ ସମେତ ପରିବେଶକୁ ସୁନ୍ଦର ଭାବେ ସଜାଯାଇଛି । ସିଏମ୍‌ଓ ଅଫିସରୁ ଯୁଗ୍ମ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଆଇପିଇ କଳାହାଣ୍ଡି, ବିଡିଓ ପ୍ରମୁଖ ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଇତିହାସ ସଂପର୍କରେ ଏହାର ପ୍ରମୁଖ ପ୍ରତିଷ୍ଠାତା ସହଯୋଗୀ ବାବା ଭଗବାନ ସାହୁଙ୍କଠାରୁ ଶୁଣି ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ପଣ୍ଡିତ ପଧାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗକୁ ପ୍ରଶଂସା କରିଥିଲେ । ଏଇ ସମୟରେ ପ୍ରଧାନଶିକ୍ଷକ ମଧୁସୂଦନ ପ୍ରଧାନ, ଭଗବାନ ସାହୁ, କୃପାସିନ୍ଧୁ ପୁଟେଲ, ଦେବାଶିଷ ସାହୁ, ସୌଭାଗ୍ୟ କୁମାର ସାହୁ, ବିଶ୍ୱମ୍ବର ଭୋଇ, ପ୍ରମୋଦ ପୁଟେଲ, ପୂର୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty − ten =