pakka

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଓ ପଠନ ସାମଗ୍ରୀ ବଣ୍ଟନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ସୁବର୍ଣ୍ଣପୁରଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଓ ପଠନ ସାମଗ୍ରୀ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମହାରାଜା ହାଇସ୍କୁଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ୭୦ଜଣ ବୌଦ୍ଧିକ ବାଧିତ ଦିବ୍ୟାଙ୍ଗ ଶିଶୁ ଓ ଛାତ୍ରଛାତ୍ରୀଙ୍କୁ ତିନିଚକିଆ ସାଇକେଲ, ହ୍ୱିଲ୍ ଚେୟାର୍, ସିପି ଚେୟାର୍ ସହ ବିଭିନ୍ନ ପ୍ରକାର ସହାୟକ ଓ ପଠନ ସାମଗ୍ରୀ ମାଗଣାରେ ଦିଆଯାଇଛି । ରାଜନନ୍ଦଗାଁଓ ର ଏନଆଇଇପିଆଇଡି ସଂସ୍ଥା ସହ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ ଓ ନିଶି ପୁନମ୍ ମିଂଜ୍ ପ୍ରମୁଖ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଶିଶୁଙ୍କ ସାମାଜିକ ସୁରକ୍ଷା ଓ ବୌଦ୍ଧିକ ବିକାଶ ପାଇଁ ଅଭିଭାବକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସଚେତନ କରିଥିଲେ ।

Leave A Reply

Your email address will not be published.

1 + 14 =