pakka

ପାନୀୟ ଜଳ ଯୋଗାଣ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ଟୁକୁନି, ୧ ମାସ ହେଲା ଜଳ ଯୋଗାଣ ଠପ୍‌

ସଇଁନ୍ତଳା, (ଅଜିତ କୁମାର ସାହୁ) : ଗାଁ ଗାଁ ଜଳ ଯୋଗାଣ ହେବ, ଲୋକେ ଶୁଦ୍ଧ ପାଣି ପାଇ ପାରିବେ ବୋଲି ଅନେକ ଲୋକଙ୍କ ଆଶା ବିଶ୍ୱାସ ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗତ ୧୫/୦୧/୨୦୨୧ ମସିହାରେ ରେମେଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଲାଗି ରହିଥିଲା ହେଲେ ୧ ମାସରୁ ଅଧିକ ହେବ ଜଳ ଯୋଗାଣ ଠପ୍‌ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଉଦ୍‌ଘାଟନ ସମୟରେ ସ୍ଥାନୀୟ ସରପଞ୍ଚ କପିଳ ଭୋଇଙ୍କ ନାଁମ ନ ଥିବା ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇ ଥିଲା । କିନ୍ତୁ ଉଦ୍‌ଘାଟନ ପରେ ଜଳ ଯୋଗାଣ ଠପ୍‌ ହୋଇଥିବା ବେଳେ ଲୋକେ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି । ସୂଚନାଯୋଗ୍ୟ ଯେ, ୧୦ ହଜାର ଲିଟର ବିଶିଷ୍ଟ ଏହି ପ୍ରକଳ୍ପକୁ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କଲେ ଫଳରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ଅନେକ ଉତ୍ସାହ ମଧ୍ୟ ଦେଖା ଦେଇଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଗାଁ ଗାଁରେ ନେତା ମନ୍ତ୍ରୀ ମାନେ ପାଦ ପକାଇବେ ହେଲେ ଏହି ଜଳ ଯୋଗାଣ ପ୍ରକଳ୍ପରୁ ଲୋକେ ପାଣି ପାଇ ପାରୁନ ଥିବା ବେଳେ କିଭଳି ଭାବେ ଲୋକଙ୍କ ଘରକୁ ଘର ଯାଇ ଭୋଟ ମାଗିବେ ତାହାକୁ ନେଇ ଅନେକ ଆଲୋଚନା ମଧ୍ୟ ଲୋକେ କରୁଛନ୍ତି । ପ୍ରକାଶ ଥାଉକି ଯେ, ୧ ମାସରୁ ଅଧିକ ଦିନ ହେବ ପାଣି ପାଇବାରୁ ଲୋକେ ବଞ୍ଚିତ ରହିଛନ୍ତି କାରଣ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରୁଛନ୍ତି ।ଯାହା ଫଳରେ ଏଭଳି ସମସ୍ୟା ଦେଖାଦେଇଛି । ବିଦ୍ୟୁତ ବିଭାଗକୁ ଏହି ଟଙ୍କା ପଇଠ କରାଯାଇ ନାହିଁ । ଅନ୍ୟପଟେ ପଞ୍ଚାୟତ ପ୍ରଶାସନକୁ ସେହି ସମୟରେ ଅଣଦେଖା କରାଯାଇଥିଲା କିନ୍ତୁ ବର୍ତ୍ତମାନ ବିଲ ପଇଠ କରିବା ପାଇଁ କହୁଛନ୍ତି । ହେଲେ କେଉଁ ଆଧାରରେ ଓ କାହା ପରାମର୍ଶରେ ଟଙ୍କା ପଞ୍ଚାୟତ ପ୍ରଶାସନ ଦେବ ତାହାକୁ ନେଇ ମଧ୍ୟ ସ୍ଥାନୀୟ ସରପଞ୍ଚ କପିଳ ଭୋଇ ଅଭିଯୋଗ କରିଛନ୍ତି । ତେବେ ବ୍ଳକ ପ୍ରଶାସନ କେତେ ତତ୍ପର ହେଉଛି ଓ ଲୋକ ସମସ୍ୟାର ସମାଧାନ କରୁଛି ତାହାକୁ ଲୋକେ ଅପେକ୍ଷା କରିଛନ୍ତି ।

ସେମାନେ ଯାହା କହନ୍ତି:-
କପିଳ ଭୋଇ, ବୁଡ଼ାବାହାଲ ସରପଞ୍ଚ

ଉଦ୍‌ଘାଟନ ବେଳେ ମନ୍ତ୍ରୀ ଟୁକୁନି ସାହୁ ମତେ ଉଦ୍‌ଘାଟନ କରାଯାଉଛି ବୋଲି ସରପଞ୍ଚ ଭାବେ ଜଣାଇଲେ ନାହିଁ । କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ପଞ୍ଚାୟତ ପ୍ରଶାସନ ବିଦ୍ୟୁତ ବିଭାଗକୁ ବିଲ ପଇଠ କରିବ ତାହା ମଧ୍ୟ ମୁଁ ଜାଣି ପାରୁ ନାହିଁ ବୋଲି କହିଛନ୍ତି ।

ତରୁଣ ବେହେରା, ସ୍ଥାନୀୟ ବାସିନ୍ଦା


ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ଏହି ପ୍ରକଳ୍ପ ଉଦ୍‌ଘାଟନ କଲେ କିନ୍ତୁ ଦୀର୍ଘ ୧ ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ ଥିବା ବେଳେ ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ସେହି ସମୟରେ ଅନେକ ବାହା ବାହା ମାରିବେ । ହେଲେ ବାସ୍ତବରେ ଲୋକଙ୍କ ଦୁଃଖ ଦୂର କରିବାର ପ୍ରଶାସନ କେତେ ସଫଳତା ହାସଲ କରୁଛି ଓ ଯଦି ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

ଗୁଣ ସାଗର ମାଝୀ, ବ୍ଳକ କଂଗ୍ରେସ ସଭାପତି


ମନ୍ତ୍ରୀ ଟୁକୁନି ସାହୁ ଭୋଟ ହାତେଇବା ପାଇଁ ଏହି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ହେଲେ ପାଣି ପାଇବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ସେହି ସମୟରେ ଲୋକେ ଉଚିତ୍‌ ଜବାବ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.

five × 5 =