csstore

ଏମିତି ବି ଆସେ ମୃତ୍ୟୁ : ଯୁବ କଂଗ୍ରେସ କର୍ମୀ ଭୋଜରାଜଙ୍କ ମୃତ ଶରୀର ଦେଖି ବାପାଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । ଆଜି ଯୁବ କଂଗ୍ରେସ କର୍ମୀ ଭୋଜରାଜଙ୍କ ମୃତ ଶରୀର ଦେଖି ତାଙ୍କ ବୃଦ୍ଧ ବାପାଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏହି ଘଟଣା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ବିଧୂଭୂଷଣ ତ୍ରିପାଠୀ, ପୂର୍ବତନ ନଗର ଯୁବ କଂଗ୍ରେସ ସଭାପତି ସଂଜୟ କୁମାର ଦୋରା, ଯୁବ କଂଗ୍ରେସ ସଂପାଦକ କୈଳାଶ ମିଶ୍ର, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ୍‌ କୁମାର ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବେହେରା ତଥା ଆହୁରି ବହୁ କଂଗ୍ରେସ ନେତା ।

ସୂଚନା ଅନୁସାରେ ଅଳ୍ପ କିଛି ଦିନ ତଳେ ଭୋଜରାଜ ସାହୁ (ଚମାର)ଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯିବା ପରେ ସେ ପାରାଲିସିସ୍‌ ରୋଗାଗ୍ରସ୍ତ ହୋଇ ପଡ଼ିଥିବା ବେଳେ ବରଗଡ଼ରେ ଚିକିତ୍ସାଧୀନ ଥିଲେ । ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ଟା ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ବୃଦ୍ଧ ବାପା ଲୋକନାଥ ସାହୁ(୮୫) ବଲାଙ୍ଗିରରୁ ବରଗଡ଼କୁ ଯାଇ ସେଠାରେ ପୁଅର ମୃତ ଶରୀର ଦେଖିବା ପରେ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏଭଳି ଏକ ଖବର ସାରା ସହରରେ ଦୁଃଖର ଛାୟା ଖେଳାଇ ଦେଇଛି ।

jayashree
Leave A Reply

Your email address will not be published.