pakka

ପାନୀୟ ଜଳର ଭିତ୍ତିପ୍ରସ୍ତର ସହ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେଲେ ନରସିଂହ

bbehera
  • ମା’ ଭଉଣୀ ଏକତ୍ରିତ ହେଲେ ଅଞ୍ଚଳର ଉନ୍ନତି ହୋଇଥାଏ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକର ଗମ୍ଭାରିମାଲ ଏବଂ ଛତାପିପଲଠାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ବନ୍ଧପଡା ଗ୍ରା.ପ. ଅନ୍ତର୍ଗତ ଛତାପିପଲ ଗାଁ ୯୫ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରୁ ଲୋକେ ଘରକୁ ଘର ପାଇପ ଯୋଗେ ପାନୀୟ ଜଳ ପାଇପାରିବେ । ଠିକ୍‌ ସେହିପରି ଦେଷଣ୍ଢ ଗ୍ରା.ପ.ର ଗମ୍ଭାରିମାଲରେ ୫୯ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପରୁ ଏହି ଅଂଚଳର ଲୋକଙ୍କୁ ଘରକୁ ଘର ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ଭିତ୍ତି ପ୍ରସ୍ତର ହୋଇଥିବା ଉଭୟ ପ୍ରକଳ୍ପ ଯେମିତି ୬ ମାସ ଭିତରେ କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ କାର୍ଯ୍ୟକାରୀ ସଂସ୍ଥା ଏବଂ ଉପସ୍ଥିତ ଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣର ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତଙ୍କୁ ତତ୍ପରତା ସହ କାମ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ପରେ ପରେ ଫପ୍‌ସି, ସିଆଲଯୋର, ଦେଷଣ୍ଢଠାରେ ସାଧାରଣ ଲୋକଙ୍କୁ ଭେଟି ସେଠାରେ ଥିବା ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସିଆଲଯୋର ଠାରେ ଗାଁକୁ ଆଲୋକିତ କରିବା ପାଇଁ ନିଜ ପାଣ୍ଠିରୁ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ଘୋଷଣା କରିଥିଲେ । ଲୋକେ ପାନୀୟ ଜଳ, ଭତ୍ତା ତଥା ଇନ୍ଦିରା ଆବାସ ଉପରେ ନିଜର ଦାବୀ ଜଣାଇଥିଲେ । ଛତାପିପଲ ଏବଂ ଫପସି ଠାରେ ଥିବା ବନ୍ଧରେ ଗାଧିବା ପାଣି କମି ଯାଉଥିବାରୁ ସେଠାରେ ମନରେଗା ଯୋଗେ ମାଟିକାମ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ସେଠାରୁ ସେ ବ୍ରାହ୍ମଣୀଯୋର ଠାରେ ଅନୁଷ୍ଠିତ ହୋଇଥିବା ଏକ ମହିଳା ସମାବେଶରେ ଯୋଗଦେଇ ନାରୀ ସଶକ୍ତିକରଣ ଉପରେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାବଳମ୍ବି, ନିଶାମୁକ୍ତ ତଥା ଛୁଆମାନଙ୍କୁ ଶିକ୍ଷିତ କରିବା ପାଇଁ ନାରୀମାନଙ୍କର ବିଶେଷ ଭୂମିକା ରହିଛି । ସେମାନେ ଏକତ୍ରିତ ରହିଲେ ସମାଜର ତଥା ଗାଁର ଉନ୍ନତି ହୋଇଥାଏ । ମା ମାନଙ୍କର ଦାବୀ ମୁତାବକ ସେଠାରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଏକ ସଭାଗୃହ ପାଇଁ ୭ଲକ୍ଷ ଟଙ୍କା ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ଏବଂ ଘୋଷଣା କରିଥିଲେ ଯେ ନାରୀ ସଶକ୍ତିକରଣ ତଥା ନାରୀ ଏକତା ପାଇଁ ଯଦି ଅଧିକ ପାଣ୍ଠି ଦରକାର ହୁଏ ସେ ତାର ବ୍ୟବସ୍ଥା ନିଶ୍ଚୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, ପାନିୟ ଜଳ ଯୋଗାଣ ଯନ୍ତ୍ରୀ, ଉମାଶଙ୍କର ପଣ୍ଡା, ରାମଜୀ ଚୌଧୁରୀ, ଅସିତ ମିଶ୍ର, କାନ୍ତେଶ୍ୱର ପଧାନ, ସଂକିର୍ତ୍ତନ ବାଗ, ପପୁ ପାତ୍ର, ପ୍ରମୋଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × one =