pakka

ନିଗମାନନ୍ଦ ଆଶ୍ରମ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ : ବନ ବିଭାଗର ପାଟ୍ରୋଲିଂ ଜୋରଦାର

bbehera

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ ବିଳମ୍ବିତ ରାତିରେ ୪ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟି ନେଇଛନ୍ତି ତସ୍କର । ତେବେ ଦୁର୍ବୃତ୍ତମାନେ ଦୁଇଟି ଚନ୍ଦନ ଗଛକୁ ସାଙ୍ଗରେ ନେଇ ଯାଇଥିବା ବେଳେ ଆଉ ଦୁଇଟି ଗଛକୁ ନେଇ ନପାରି ସେଠାରେ ଛାଡି ଚାଲିଯାଇଛନ୍ତି । କଟା ଚନ୍ଦନ ଗଛ ପଡିଥିବା ଦେଖି ପଡୋଶୀ ଘର ଲୋକେ କହିଥିଲେ । ଏହାପରେ ଆଶ୍ରମ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟା ଯାଇଥିବା ଗଛକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଡ଼ିଏଫଓ ଙ୍କ ନିର୍ଦେଶ ରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କୁ ଜୋରଦାର କରିଛନ୍ତି । ରାତିରେ ସହର ଓ ନିକଟବର୍ତୀ ଗ୍ରାମ ଗୁଡିକ ବୁଲି ପାଟ୍ରୋଲିଂ କରିବା ସହ ଚଢ଼ାଉ କରିଥିବା କଥା ବନ କର୍ମଚାରୀ ପ୍ରେମାନନ୍ଦ ସାହୁ କହିଛନ୍ତି । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି । ଅତିଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି ।

Leave A Reply

Your email address will not be published.

seven + twenty =