pakka

ମା’ ମହାଲକ୍ଷ୍ମୀ କ୍ରିକେଟ : ବରପଦର୍ ଓ ଜୁନାନି ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଟାଙ୍ଗିଆପାଲି ଗ୍ରାମରେ ଚାଲିଥିବା ମାଁ ଲକ୍ଷ୍ମୀ ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦୁଇଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଟାଙ୍ଗିଆପାଲି ଏବଂ ବରପଦର ମୁହାଁମୁହିଁ ହୋଇଥିବା ବେଳେ ବରପଦର୍ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ସେମି ଫାଇନାଲ ଜୁନାନୀ ଏବଂ ରେଙ୍ଗାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଜୁନାନୀ ବିଜୟ ହୋଇଥିଲା । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଦାନନ୍ଦ ପ୍ରଧାନ ଓ ସମାଜସେବୀ ଗୋପାଳ ପୁରୋହିତ ପୁରୋହିତ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥଲେ ।

Leave A Reply

Your email address will not be published.

twelve − 3 =