ପାଣିରେ ପଡି ଦୁଇ ଝିଅ ମୃତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରରେ ଅପଘଟଣ । ଟିଟିଲାଗଡ ସହର ବହିଦାର ପଡା ନାଳରେ ଦୁଇ ଶିଶୁ ପଡି ମୃତ୍ୟୁ ବରଣ କରିଛନ୍ତି । ଓକିଲ ସଞ୍ଜୀବ ପାଢ଼ୀଙ୍କ ଝିଅ ଶ୍ରଦ୍ଧା ପାଢ଼ୀ ଓ ହାଟପଦା ମଧ୍ୟରେ କିରାଣି ଦୋକନ୍ ଦେଇଥିବା ସରୋଜ ରଥଙ୍କ ଝିଅ ରାଖୀ ରଥ ଖେଳିବା ପାଇଁ ଯାଇଥିବା ସମୟରେ କୌଣସି କାରଣରୁ ନାଳରେ ପଡି ମୃତ୍ୟୁ ବରଣ କରିଛନ୍ତି । ଦୁଇ ଝିଅ ଏକ ସାଙ୍ଗରେ ଅପରାହ୍ନ ତିନିଟା ସମୟ ବେଳେ ନାଳ ପାଖରେ ଖେଳୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ କିଛି ସମୟ ପରେ ସ୍ଥାନୀୟ ଲୋକ ଜୋର୍ ଭିତରେ ପାଣିର ହଲଚଲ ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବିଭାଗ ପ୍ରଥମେ ଶ୍ରଦ୍ଧାକୁ ଉଦ୍ଧାର କରି ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ଆଣି ଭର୍ତି କରିବା ପରେ ପୁଣି ରାଖୀକୁ ଉଦ୍ଧାର କରି ଆଣି ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଦୁହିଁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.