ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପନିପରିବା ଚାଷ ଉଜୁଡିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଜିଲ୍ଲାର ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ଜିଲ୍ଲାର ବିଶେଷ କରି ଅଣ ଜଳସେଚିତ ଅଞ୍ଚଳରେ ଅଣ ଧାନ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥାନ୍ତି । ତେବେ ଗତ ସୋମବାର ସନ୍ଧ୍ୟାରୁ ଅମ୍ବାଭୋନା, ବରଗଡ଼, ସୋହେଲା ବ୍ଲକ ଅଞ୍ଚଳରେ ପ୍ରବଳ କରକାପାତ ସାଙ୍ଗକୁ ଆଜି ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଫଳରେ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ପରିଲକ୍ଷିତ ହୋଇଛି । ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଆଳୁ, ଗହମ, ଫୁଲକୋବି, ବନ୍ଧାକୋବି, ଟମାଟୋ, ସୋରିଷ ଚାଷ ହୋଇଥିବା ବେଳେ ଏହା ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷାରେ କ୍ଷତି ଗ୍ରସ୍ତ ପ୍ରତ୍ୟେକ ତହସିଲ ଅନ୍ତର୍ଗତ ଗ୍ରାମଗୁଡିକରେ ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

20 + three =