ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଶୋକ ବାଣୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ପଶ୍ଚିମ ଓଡିଶା ଜଣେ ଦକ୍ଷ ଓ ଟାଣୁଆ ନେତାଙ୍କୁ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିବା ସହ ଏପରି ଏକ ଦୁଃଖଦ ସମୟରେ ତାଙ୍କ ପରିବାରକୁ ପ୍ରଭୁ ଜଗନ୍ନାଥ ଅସୀମ ଧର୍ଯ୍ୟ ଦିଅନ୍ତୁ ବୋଲି ମନ୍ତ୍ରୀ ଶୋକ ବାର୍ତ୍ତାରେ ପ୍ରକାଶ କାରିଛନ୍ତି ।

Leave A Reply

Your email address will not be published.

16 − 13 =