ପାଣିପାଗ ବିଭାଗ ପକ୍ଷରୁ ୧୭ଟି ଜିଲ୍ଳାକୁ ଆଲର୍ଟ ଜାରି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟର ୧୭ଟି ଜିଲ୍ଳାକୁ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ଯୋଗୁଁ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଗଜାଂମ, ଗଜପତି, କୋରାପୁଟ, ମାଲକାନଗିରି, ଭଦ୍ରକ, ଅନୁଗୁଳ, ସମ୍ବଳପୁର ଓ ନୟାଗଡ । ଏହି ୮ଟି ଜିଲ୍ଳାରେ କମ୍‌ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଆଉ ୯ଟି ଜିଲ୍ଳାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଦକ୍ଷିଣ ଓଡିଶାର ଉପକୂଳ ସହ କେତକାଂଚଳରେ ଗତ ୨୪ ଘଣ୍ଟା ଭିତରେ ମଧ୍ୟମ ଧରଣର ବର୍ଷା ହୋଇସାରିଥିବା ବେଳେ ଆଉ କେତକ ଅଂଚଳରେ କମ୍‌ ବର୍ଷା ହୋଇଛି ।

Leave A Reply

Your email address will not be published.

11 − 8 =