ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ଟୁର୍ଚାରେ ହୋଇଥିବା ଜଳ ଯୋଗାଣରେ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଲିକ ହେଉଛି । ଏହାଦ୍ୱାରା ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ ଓ ଦୁଇଜଣ ବିଭାଗୀୟ ଯନ୍ତ୍ରୀଙ୍କୁ ନେଇ ଟୁର୍ଚା ଯାଇଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ମୁଖ୍ୟ ପାଇପରୁ ଘରକୁ ଦିଆଯାଇଥିବା ପାଇପର କନେକ୍ସନରୁ ପାଣି ଲିକ ହେଉଥିବାର ଜଣାପଡିଥିଲା । ଶ୍ରୀମତୀ ପାଣିଗ୍ରାହୀ ଏହାର ମରାମତି ୨ ଦିନ ଭିତରେ କରିବାକୁ କହିଥିଲେ ।
Next Post