om academy

ଜ୍ୟୋତିର୍ବିଦ ପଣ୍ଡିତ ହରିହର ଦେବତାଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଉପଖଣ୍ଡରେ ଖ୍ୟାତି ଅର୍ଜନ କରିଥିବା ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମର ବିଶିଷ୍ଟ କବିରାଜ, ଜ୍ୟୋତିର୍ବିଦ ତଥା କର୍ମକାଣ୍ଡ ବିଶାରଦ ପଣ୍ଡିତ ହରିହର ଦେବତାଙ୍କ ୬୦ ବର୍ଷ ବୟସରେ ଆଜି କରୋନା ମହାମାରୀରେ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ଦେବତା ତାଙ୍କର କବିରାଜି ବିଦ୍ୟାଦ୍ୱାରା ଏ ଅଞ୍ଚଳର ହଜାର ହଜାର ଲୋକଙ୍କୁ ସେବା ଶୁଶ୍ରୁଷା କରୁଥିବା ବେଳେ ତାଙ୍କର କର୍ମକାଣ୍ଡ ପୂଜା ଶୈଳୀ ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ଡୁମ୍ବେରବାହାଲ ଗ୍ରାମ କମିଟୀର ସେ ଜଣେ ପ୍ରମୂଖ ବ୍ୟକ୍ତି ଥିବା ବେଳେ ଏଠାକାର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ସେ କିଛି ଦିନ ତଳେ ଅସୁସ୍ଥ ହେବାରୁ ପ୍ରଥମେ ନୁଆପଡା ଓ ପରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କର ଏକମାତ୍ର ପୁତ୍ର ସୁରେନ୍ଦ୍ର ଦେବତା ଉପସ୍ଥିତ ଥିଲେ । ଶ୍ରୀ ଦେବତାଙ୍କ ମୃତ୍ୟୁ ଫଳରେ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.