mahavir

ନିର୍ମାଣ ଶ୍ରମିକ ତରଫରୁ ଶ୍ରମିକ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ମାଣ ଶ୍ରମିକ ସଂଘ ତରଫରୁ ବିଶ୍ୱ ଶ୍ରମିକ ଦିବସ ଶୁକ୍ରବାର ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କୋଶଲ କଳା ମଣ୍ଡଳ ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବେ ଶ୍ରମିକ ନେତା ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର ଓ ସାମ୍ବାଦିକ ସନ୍ଦିପ କୁଅଁର ଯୋଗ ଦେଇଥିଲେ । ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ଦେଶ ନିର୍ମାଣରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦିଓ ସମ୍ବିଧାନ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ଅଧିକାର ଦେଇଛି । ତଥାପି ଆଜି ପର୍ଯ୍ୟନ୍ତ ଶ୍ରମିକମାନେ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହୋଇ ରହିଛନ୍ତି । ତେଣୁ ଆଗାମୀ ଦିନରେ ସମସ୍ତ ଶ୍ରମିକ ସମାଜ ଏକ ହୋଇ ନିଜ ହକ୍‌ ପାଇଁ ଲଢେଇ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ସଂଘର ସଂପାଦକ ସାଧୁ ମହାନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ସାରଥି ପ୍ରଧାନ, ସଭ୍ୟ ମୂରଲି ମହାକୁର, ଗଜିନ ବଗର୍ତ୍ତି, ବିଜୟ ମହାନନ୍ଦ, ହରିବନ୍ଧୁ ଧରୁଆ, ଦେବଶଙ୍କର ବାଗ, ଦୁର୍ଯ୍ୟୋଧନ ବଗର୍ତ୍ତି, ଶଙ୍କର ଦୀପ, ଅଭିମନ୍ୟୁ ନନ୍ଦ ଓ ସୁଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.