mahavir

୪୫ତମ ସୁଦପଡା ଶୀତଳଷଷ୍ଠୀ ମହୋତ୍ସବ

  • କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ସୁଦପଡା ଶୀତଳଷଷ୍ଠୀ କମିଟି ତରଫରୁ ୪୫ତମ ଶୀତଳଷଷ୍ଠୀ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ଯୁବ ସଂଗଠକ ଦେବଦତ୍ତ ବେହେରା (ବୁଲୁ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେୃଠକରେ ଜୁନ ୧୭ରୁ୧୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ମହୋତ୍ସବ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ସୂଚାରୁ ରୂପେ ମହୋତ୍ସବ ପାଳନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବେ ରାଜେଶ ଦୋରାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ରାଜା ସାମନ୍ତରାୟ, ସଂପାଦକ ସନ୍ତୋଷ କୁମାର ପଣ୍ଡା, ସହ-ସଂପାଦକ ଅନନ୍ତ ମଛଖଣ୍ଡ, କୋଷାଧ୍ୟକ୍ଷ ଉମେଶ କବାଟ ଓ ବୁଲୁ ପ୍ରଧାନ ରହିଛନ୍ତି । ଉପଦେଷ୍ଟା ମଣ୍ଡଳିରେ ଦୁର୍ଗା ଚରଣ ବେହେରା, ପୂର୍ବତନ ନଗରପାଳ ସତ୍ୟନାରାୟଣ ଭୋଇ, କମଳଜିତ ସିଂ, ବିପିନ ପାଢି, ବୁଲୁ ବେହେରା, କାଉନସିଲର କିଶୋର କୁମ୍ଭାର, କ୍ଷିରୋଦ ନାଗ, ତ୍ରିଲୋଚନ ମଛଖଣ୍ଡ, ମନୋଜ ମଛଖଣ୍ଡ, ସୁଶାନ୍ତ ଜାଲ, ଜିତେନ୍ଦ୍ର ତ୍ରିପାଠୀ, ପ୍ରଶାନ୍ତ ପତି, ମନ ମନହିରା, ସୁବଲ ଖର୍ସେଲ, ଶୁଭ୍ରାଂଶୁ ପାଣ୍ଡେ ଓ ହରଦୀପଙ୍କୁ ମନୋନୀତ କରାଯାଇଛି । ସେହିପରି କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ବିଶ୍ୱନାଥ ଦୋରା, ବିଦ୍ୟା ସାହୁ, ବଳ ହେର୍ଣ୍ଣା, ରକି ପ୍ରଧାନ, ମନୋଜ ବିଶ୍ୱାଲ, ଶୁସିଲ ମଲ୍ଲିକ, ଦଣ୍ଡାସି ଗୌଡ, ଆନନ୍ଦ ସାହୁ, ଅଜିତ ସ୍ୱାଇଁ, ରାଜେନ୍ଦ୍ର ଭୋଇ, ପ୍ରହ୍ଲାଦ ପାଢୀ, ପ୍ରହ୍ଲାଦ ଦୋରା, ଶିବା ପ୍ରଧାନ, ଶଙ୍କର ଦୀପ, ଘନଶ୍ୟାମ ଦୋରା, ଭୋଲା ବେହେରା ଓ ସିନ୍ଧୁ ନାଏକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଶେଷରେ ବୁଲୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.