jsm

ନୃସିଂହନାଥ ପୀଠରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ପରିସରରେ ଆଜି ଭୋର ୪ଟା ରୁ ୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଯୋଗ ଶିବିରକୁ ଯୋଗଗୁରୁ ଶ୍ରୀନିବାସ କର୍ଣ୍ଣ ପରିଚାଳନା କରି ଥିବାବେଳେ ନୃସିଂହନାଥ ବିଦ୍ୟପୀଠ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ନଗେନ୍ଦ୍ର ପାଣିଗ୍ରାହୀ ଯୋଗର ମହତ୍ୱ ଓ ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଯୋଗର ଆବଶ୍ୟକତା ଉପରେ ମାର୍ଗ ଦର୍ଶନ କରିଥିଲେ । ଏହି ଯୋଗ ଦିବସରେ ୫୦ ରୁ ଅଧିକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ବିଶେଷ ବ୍ୟକ୍ତିଙ୍କ ମଧ୍ୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଜେପି କୃଷକ ମୋର୍ଚ୍ଚା ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଆଇନଜୀବୀ ରାଜ କିଶୋର ସାହୁ, ବିଜେପି ଜିଲ୍ଲା ଉପସଭାପତି ସରୋଜ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ବଳରାମ ସାହୁ, ଜିଲ୍ଲା ପରିଷଦ ତଥା ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ସତ୍ୟ ନାରାୟଣ ବେହେରା, ଶୁକଦେବ ପ୍ରଧାନ, ରାଜ ମହମ୍ମଦ, ଶୁଶାନ୍ତ ନାଗ, ଦିବାକର ତାଣ୍ତି, ଯୋଗେନ୍ଦ୍ର ଭୋଇ, ରାଜେନ୍ଦ୍ର ସେଠ, ଇନ୍ଦ୍ରଜିତ ଭୋଇ, ଡ.ଲମ୍ବୋଦର ପଣ୍ତା, ପୁରନ୍ଦର ଭୋଇ, ହରେକୃଷ୍ଣ ସୁନା ପ୍ରମୁଖ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.