ଜାମ୍ମୁ କାଶ୍ମୀର : ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିିଁ, ୧ ଆତଙ୍କବାଦୀ ନିହତ

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ମୁହାଁମୁହିିଁ ଅବସ୍ଥା ଦେଖାଦେଇଛି । ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲୱାମାର ଦୁଜାନ ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ କହିଛି । ସୂଚନା ଅନୁସାରେ, ସୁରକ୍ଷା ବାହିନୀ ସୂଚନା ପାଇଥିଲେ ଯେ, କିଛି ଆତଙ୍କବାଦୀ ଏଠାରେ ଲୁଚି ରହିଛନ୍ତି । ଏହା ପରେ ସେନା ଏବଂ ପୋଲିସର ମିଳିତ ଦଳ ଏହି ଅଞ୍ଚଳକୁ ଘେରି ଯାଇଥିଲେ । ତେବେ ଏଭଳି ଘେରାଉ ଦେଖି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ଏଥି ସହିତ ଜାମ୍ମୁ କାଶ୍ମୀରର ସୋପୋରରେ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ହୋଇଥିଲା । ଏହି ସମୟରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଏବେ ବି ମୁହାଁମୁହିିଁ ଗୁଳିଚାଳନା ଚାଲିଥିବା କୁହାଯାଇଛି ।

Leave A Reply

Your email address will not be published.