shyamal

ଚନ୍ଦନଭାଟି ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ମହାସମାରୋହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା, ଯୋଗଦାନ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ ପରେ ସଭାକର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଗୁରୁ ଦିବସର ମହନୀୟତା ସଂପକରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ମୟୁ ପ୍ରସାଦ ଦାସଙ୍କ ସଂଯୋଜନାରେ ପ୍ରାଧ୍ୟାପକ ପ୍ରଶାନ୍ତ ଖମାରୀ, ପ୍ରାଧ୍ୟାପକ ହୃଦାନନ୍ଦ ଦାଶ, ପ୍ରାଧ୍ୟାପକ ଦଧିବାବନ ପ୍ରଧାନ ଓ ଅଧ୍ୟାପିକା ଲିପ୍ସା, ଅଧ୍ୟାପିକା ପ୍ରିୟଙ୍କାରାଣୀ ବେଦବାକ, ଅଧ୍ୟାପିକା ଭୋଗନୀ ସାଏ ପ୍ରମୁଖ ସ୍ୱସ୍ୱମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ତାଙ୍କ ଭାଷଣରେ ଗୁରୁ ଶିଷ୍ୟ ପରମ୍ପରା, ଗୁରୁଙ୍କ ମହତ୍ତ୍ୱ, ଶିଷ୍ୟମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ରୀ ସୋନାଲିକା ଦଲାଇ, ନିକିତା ତ୍ରିପାଠୀ, କଲ୍ୟାଣୀ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

purusottam
Leave A Reply

Your email address will not be published.