ବ୍ରହ୍ମାକୁମାରୀ ଈଶ୍ୱରୀୟ ସଂସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି । କୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରରେ ସୋମବାର ପୂର୍ବାହ୍ନରୁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକଭରା ଶିଶୁ ସଂସାର କାର୍ଯ୍ୟକ୍ରମ ସହ ସମ୍ପନ୍ନ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଦ୍ଵିତୀୟ ପର୍ଯ୍ୟାୟରେ ଯୋଗଦେଇ ଈଶ୍ୱରୀୟ କୃପା ଲାଭ କରି ଖୁସିବ୍ୟକ୍ତ କରିଥିଲେ ଏବଂ ଅନୁଷ୍ଠାନର ବ୍ରହ୍ମାକୁମାରୀ ଭଉଣୀ ଓ ଭାଇମାନଙ୍କୁ ସାଧୁବାଦ ଜଣାଇଥିଲେ । ତୃତୀୟ ପର୍ଯ୍ୟାୟ ମଧ୍ୟାହ୍ନରେ ଅନୁଷ୍ଠିତ ଆନୁଷ୍ଠାନିକ ସଭାରେ ଶାନ୍ତିର ସନ୍ଦେଶ ଶ୍ରୀକୃଷ୍ଣ ଚେତନା ଓ ସଦଭାବନା ସଂପର୍କିତ ଆଲୋଚନାସଭା ଅନୁଷ୍ଠିତ ହେଇଥିଲା । ଭାରତୀୟ ତଟରକ୍ଷା ବାହୀନିର କମାଣ୍ଡାଣ୍ଟ ବିକ୍ରମ୍ ପାୱଲ୍, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଧନଞ୍ଜୟ କୁମାର୍ ମିଶ୍ରା, ଆଡଭୋକେଟ ପଦ୍ମଚରଣ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ ଆଧ୍ୟାତ୍ମିକ କୃଷ୍ଣ ଲୀଳା ନୃତ୍ୟ ସଙ୍ଗୀତ ପରିବେଷଣକୁ ଉପଭୋଗ କରିଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଏଥିରେ ପୌରହିତ୍ୟ କରିଥିଲେ ।

Leave A Reply

Your email address will not be published.