csstore

ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜନ୍ମ ତିଥି ତୋଷରା ସ୍ଥିତ ତୋଷାଳୀ ବିଦ୍ୟା ମନ୍ଦିର ଠାରେ ପୂର୍ବାହ୍ନ ୧୧ଟା ସମୟରେ ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଥିଲା । ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ‘ନିଶା ନିବାରଣ ବ୍ରତ ପାଳନ ଆଗାମୀ ଦିନରେ ନିଶା ମୁକ୍ତ ଓଡିଶା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରିଥିଲେ ।’ କୋଷାଧ୍ୟକ୍ଷ ଦେବାଶିଷ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ହେମନ୍ତ କୁମାର ସାହୁ ଓ ସଂଯୋଜକ ସୁନୀଲ ଜୈନ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୩୧୦ ଜଣ ସାହିତ୍ୟ ଘର ସଦସ୍ୟ, ସଦସ୍ୟା, ରକ୍ତଦାତା ଓ ବହୁ ସଂଖ୍ୟାରେ ଶୁଭେଚ୍ଛା ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ବେହେରା, ଭକ୍ତ ବନ୍ଧୁ ସାହୁ ଓ ତୃପ୍ତିମୟୀ ତ୍ରିପାଠୀ ତଥା ତୋଷାଳୀ ବିଦ୍ୟା ମନ୍ଦିରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.