csstore

ବୃକ୍ଷ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରକୃତିବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୃସିଂହନାଥ ବନବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପ୍ରକୃତିବନ୍ଧୁ ଓ ପ୍ରକୁତି ପ୍ରେମି ମାନଙ୍କ ଏକ ବୈଠକ ସୋମବାର ବଡ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୃକ୍ଷରୋପଣ, ବୃକ୍ଷ ସଂରକ୍ଷଣ, ଜଙ୍ଗଲ ନଷ୍ଟର କାରଣ, ପୁରୁଣା ଜଙ୍ଗଲର ସୁରକ୍ଷା, ସର୍ବୋପରି ଜଙ୍ଗଲରେ ଗଛ କାଟି ତାକୁ ଜାଳେଣି କାଠ ଭାବରେ ଘରକୁ ଆଣି ବ୍ୟବହାର କରୁଥିବା ତଥା ଗଛ କାଟି ତାକୁ ଖଣ୍ଡ ଖଣ୍ଡ କରି କାଟି ବିକ୍ରୟ କରୁଥିବା ଘଟଣା ଦୈନନ୍ଦିନ ସବୁ ଠାରେ ଦେଖାଯାଉଛି, ଏହି ଜାଳେଣି କାଠ ନାମରେ ଗଛ କାଟକୁ କିପରି ବନ୍ଦ କରାଯାଇ ପାରିବ ଏ ଦିଗରେ ଆଲୋଚନା ହୋଇଥିଲା । ଶେଷରେ ଏକ ଦୁଲ୍ଲଭ ବାଟୋଲୀ ଔଷଧୀୟ ବୃକ୍ଷ ଦେବତାଙ୍କୁ ପୁଜା କରି ରାକ୍ଷୀ ବାନ୍ଧି ଥିଲେ ପ୍ରକୃତିବନ୍ଧୁ ମାନେ । ଏଥିରେ ବଡ ଶତପଥି, ବିଭୁତି ମୁଣ୍ଡ, ନନ୍ଦଲାଲ ନାୟକ, ପ୍ରକୃତିବନ୍ଧୁ ମାନେ ଓ ଶରତ ପଣ୍ଡା, ସୁରେଶ ସାହୁ, ପ୍ରତ୍ୟୁଷ କୁମାର ମୁଣ୍ଡ ପ୍ରମୁଖ ପ୍ରକୃତି ପ୍ରେମି ଯୋଗ ଦେଇଥିଲେ, ଶେଷରେ ବିଭୁତି ମୁଣ୍ଡ ଆଜିକା ଭଲି ପବିତ୍ର ଦିନରେ ଲୋକେ ରକ୍ଷାବନ୍ଧନ ପର୍ବରେ ମସଗୁଲ ଥିବାବେଳେ ପ୍ରକୃତି ବନ୍ଧୁମାନେ ପ୍ରକୃତିର ସୁରକ୍ଷା ପାଇଁ ଚିନ୍ତା କରୁଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.