csstore

ଆନ୍ତର୍ଜାତୀୟ ଯୋଗ ଦିବସରେ ହାଟପଦା ପାର୍କ ଠାରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ଯୋଗ ଦିବସ ବଲାଙ୍ଗିର ସହର ସ୍ଥିତ ହାଟପଦା ପାର୍କ ଠାରେ ପାଳିତ ହୋଇଯାଇଛି । ଆଜିର ଏହି ଯୋଗ ଦିବସରେ ବଲାଙ୍ଗିର ସହରର ବହୁତ୍ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମା’ ମେଟାକାନି ଯୋଗ କମିଟି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । କମିଟିର ସଭାପତି ଲୋଟସ ଷଡ଼ଙ୍ଗୀ, ସମ୍ପାଦକ ଶାନ୍ତନୁ ମିଶ୍ର, ଯୋଗ ଗୁରୁ, ଦୀପ୍ତି ମହାନ୍ତି, ପ୍ରଦୀପ ବାବୁ, ନୀତ୍ୟା ପ୍ରଧାନ, ପବିତ୍ର ଖୁଣ୍ଟିଆ, ଜଗନ୍ନାଥ ମିଶ୍ର, ସତ୍ୟବ୍ରତ ସାହୁ, ହରିଶଙ୍କର ମିଶ୍ର, ଲକ୍ଷ୍ମୀ ସ୍ୱାଇଁ, ସତ୍ୟବ୍ରତ ସାହୁ, ସନତ ତ୍ରିପାଠୀ, କୁନି ଭୋଇ, ଉର୍ମିଳା ସାହୁ, ପଙ୍କଜିନି ସାଏ, ସତ୍ୟ ପଟ୍ଟନାୟକ, ଜେନା ବାବୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସଭାପତି ଲୋଟୋସ ଷଡ଼ଙ୍ଗୀ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ । ପାର୍କରେ ଆପଣ ମାନେ ସବୁଦିନ ଆସି, ବ୍ୟାୟାମ ଯୋଗ କରନ୍ତୁ, ବ୍ୟାୟାମ ଓ ଯୋଗ କରିଥିଲେ ଆମ ସ୍ୱାସ୍ଥ୍ୟ ସବୁ ବେଳେ ଭଲ ରହିବ ।

jayashree
Leave A Reply

Your email address will not be published.