csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଯୋଗ ଦିବସ ଉପଲକ୍ଷେ ନବପ୍ରଭାତ ଗୁରୁକୁଳ ବିଦ୍ୟାପୀଠ, ନୂଆଁପାଲି, ପଦ୍ମପୁରରୁ ଗୁରୁଜୀ ବୃନ୍ଦ ଆସି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ଯୋଗ ବିଷୟରେ ଜଣାଇ ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଖଗେଶ୍ୱର ସାହୁ, ଡ. ବିରଞ୍ଚି ସାହୁ, ପ୍ରଭାତ କୁମାର ମହାପାତ୍ର, ପ୍ରଧ୍ୟାପିକା ତାପିନି ପଣ୍ଡା, ବୁନି ସାହୁ, ସୁରେଶ୍ଵରୀ ପାଣ୍ଡେ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମିରିଗ, ଦେବାଶିଷ ସାହୁ, ଖୁଦିରାମ ପାତ୍ର, ଅନନ୍ତ ମଲ୍ଲିକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.