csstore

ବଲାଙ୍ଗିର ରାଧାରାଣୀପଡ଼ାରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସାବିତ୍ରୀ ବ୍ରତ । ହିନ୍ଦୁ ଧର୍ମରେ ସଧବା ମହିଳାମାନେ ଖୁବ୍‌ ଉଲ୍ଲାସର ସହ ସାରା ଓଡ଼ିଶାରେ ଏହି ବ୍ରତ ରଖୁଥିବା ବେଳେ ଏହି କ୍ରମରେ ବଲାଙ୍ଗିର ସହରରେ ମଧ୍ୟ ଘରେ ଘରେ ପାଳିତ ହେଉଛି ସାବିତ୍ରୀ ବ୍ରତ । ବଲାଙ୍ଗିର ରାଧାରାଣୀପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଆଖପାଖର ସଧବା ମହିଳାମାନେ ଏକତ୍ରିତ ହୋଇ ସାବିତ୍ରୀ ସତ୍ୟବାନଙ୍କୁ ପୂଜା କରିଛନ୍ତି । ପ୍ରତ୍ୟେକ ପତିବ୍ରତା ବ୍ରତୀ ନିର୍ଜଳା ଉପବାସ ରଖି ୨୧ ପ୍ରକାର ଫଳରେ ସଜ୍ଜିତ ପୂଜା ଥାଳି ଧରି ମନ୍ଦିରରେ ପହଂଚିଥିବା ବେଳେ ମନ୍ଦିର ପୂଜକ ନିଷ୍ଠା ତଥା ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରି ପ୍ରତ୍ୟେକ ବ୍ରତୀଙ୍କୁ ସାବିତ୍ରୀ ସତ୍ୟବାନଙ୍କ ପବିତ୍ର କଥା ଶୁଣାଇଛନ୍ତି । ପୂଜା ପରେ ପତିବ୍ରତା ସଧବା ମହିଳାମାନେ ନିଜ ନିଜ ଘରକୁ ଫେରି ସ୍ୱାମୀଙ୍କ ପୂଜା ସାରି ଆଶୀର୍ବାଦ ନେବା ପରେ ବ୍ରତ ଧାରଣ କରି ପ୍ରସାଦ ସେବନ କରିଛନ୍ତି । ତେବେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ହିନ୍ଦୁ ସଧବା ମହିଳାମାନେ ଏହି ବ୍ରତ କାହିଁ କେଉଁ କାଳରୁ ଜ୍ୟେଷ୍ଠ ଅମାବାସ୍ୟା ଦିନ ପାଳନ କରି ଆସୁଛନ୍ତି ।

jayashree
Leave A Reply

Your email address will not be published.