ଜାତୀୟ ଉପଭୋକ୍ତା ଅଧିକାର ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଓ “ବୈଧ ମାପବିଜ୍ଞାନ ବିଭାଗ”ର ମିଳିତ ଆନୁକୂଲ୍ୟରେ ବୈଧ ମାପବିଜ୍ଞାନ ବିଭାଗର ବରଗଡ କାର୍ୟ୍ୟାଳୟ ପରିସରରେ ଜାତୀୟ ଉପଭୋକ୍ତା ଅଧିକାର ଦିବସ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । “ସଚେତନ ଖାଉଟି ହିଁ ସୁରକ୍ଷିତ ଖାଉଟି” ପରି ବାର୍ତ୍ତା ସାଧରଣରେ ପହଞ୍ଚିବା ତଥା ପ୍ଲାଷ୍ଟିକ ବ୍ୟବହାର ଜନିତ ପ୍ରଦୂଷଣ ନିୟନ୍ତ୍ରଣ ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏଥିରେ ବିଭାଗୀୟ କୋ-ଅର୍ଡିନେଟର (ଡିସିବିଆର୍‌ସି) ଅଜନ୍ତା ପ୍ରିୟଦର୍ଶନୀ, ବୈଧ ମାପବିଜ୍ଞାନ ଅଧିକାରୀ ବଗରାଇ ସୁରେନ, ଏସ୍‌ଆଇଏଲ୍‌ଏମ୍‌ ଚନ୍ଦ୍ର ଶେଖର ବିଶି, ଆଶା ମିର୍ନ୍ନ, ସହକାରୀ ଯୋଗାଣ ଅଧିକାରୀ ସଂଜୁ ପଧାନ ଓ ପଲ୍ଲୀ ଆଲୋକ ପାଠାଗାରର ପ୍ରୋଗ୍ରାମ ଅଫିସର ହୀରାଲାଲ ମିଶ୍ର ଅତିଥି ଭାବେ ଯୋଗଦେଇ ୱେବିନାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୮୫ ଜଣ ଯୋଗ ଦେଇଥିଲେ । ପ୍ରହଲ୍ଲାଦ ପଧାନ, ରଞ୍ଜନ ପାଣ୍ଡେ, ରୋହିତ ମିର୍ଧା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.