jsm

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା ରେଡ୍‌କ୍ରସ୍‌ ପତାକା ଉତ୍ତୋଳନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରେଡ୍‌କ୍ରସ୍‌ ଦିବସ ଉତ୍ସବରେ ରେଡ୍‌କ୍ରସ୍‌ ବିଭାଗ ସମ୍ପାଦନ କରୁଥିବା ଶିକ୍ଷକ ଜଗଦୀଶ ସୁନାଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଭୋଇ, ମୋ ସ୍କୁଲ ଅଭିଯାନର ସଭାପତି ରୂପଧର ବଗର୍ତ୍ତୀ, ଶିକ୍ଷକ ଲିଲୁ ମୋହନ ପଧାନ ମଞ୍ଚାସୀନ ହୋଇ ରେଡ଼କ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଅବଦାନ, ରେଡ୍‌କ୍ରସ୍‌ର ମୂଳ ଲକ୍ଷ୍ୟ -ସ୍ୱାସ୍ଥ୍ୟ, ସେବା, ବିଶ୍ୱ ବନ୍ଧୁତାକୁ ସର୍ବ ବ୍ୟାପି କରିବା, ମାନବିକତାର ମନ୍ତ୍ରରେ ସମସ୍ତଙ୍କୁ ଅନୁପ୍ରାଣିତ କରିବା ଆଦି ଦିଗରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସରସ୍ୱତୀ ହୋତା, ଶିକ୍ଷକ ମୋହନ ପ୍ରଧାନୀ, ଶ୍ୟାମସୁନ୍ଦର ପ୍ରଧାନ, ଭରତ ଭୂଷଣ ମାଝୀ, ସୁଶାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.