ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷଣ ଭବନଠାରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନକୁ ଛତ୍ରପୁର ଓକିଲ ସଂଘର ଆଡଭୋକେଟ ଟି. ସୁଶାନ୍ତ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିର୍ବାଚନକୁ ପରିଚାଳନା କରିଥିଲେ । ଓଡ଼ିଶା ରାଜ୍ୟ ଟାଏକୋଣ୍ଡୋ ସଙ୍ଘ ତରଫରୁ ଖୋର୍ଦ୍ଧା ଟାଏକୋଣ୍ଡୋ ସଂଘର ସମ୍ପାଦକ ଅଜୟ କୁମାର ସାହୁ ନିର୍ବାଚନକୁ ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ବାଇ-ଲୋ ଅନୁସାରେ ୧୧ଟି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଘୋଷଣା କରାଯାଇଥିଲା । ଏହି ନିର୍ବାଚନ ପ୍ରକିୟାରେ ଜିଲ୍ଲା ଟାଏକୋଣ୍ଡୋ ସଂଘର ୧୨ଟି ଅନୁବନ୍ଧିତ କ୍ଲବରୁ ୨ ଜଣ ଲେଖାଏଁ ପ୍ରତିନିଧିତ୍ୱ କରିଥିଲେ । ନିର୍ବାଚିତ ସଦସ୍ୟମାନେ ହେଲେ ଡ଼ା. ଅନୀତା ମିଶ୍ର (ସଭାପତି), ଗୌରୀହର ପଣ୍ଡା, କେ. ସନ୍ତୋଷ କୁମାର ରେଡ୍ଡୀ (ଉଭୟ ଉପ-ସଭାପତି) କେ. ମନୋଜ ପ୍ରଧାନ ( ସାଧାରଣ ସମ୍ପାଦକ), ବାସୁ ନାୟକ (ଯୁଗ୍ମ-ସଂମ୍ପାଦକ), ଇ. ଲଳିତ କୁମାର (କୋଷାଧ୍ୟକ୍ଷ) ପ୍ରାସାଦ ନାୟକ, ପି. ଚିରଞ୍ଜିବି ରେଡ୍ଡୀ, ଏନ୍‌. ଦୀନବନ୍ଧୁ ରେଡ୍ଡୀ, ଗଜାନନ ବେହେରା, ପି. ଅଭିମନ୍ୟୁ ରେଡ୍ଡୀ ପ୍ରମୁଖ ୫ ଜଣଙ୍କୁ କାର୍ଯ୍ୟନିବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ସଂଘ ତରଫରୁ ଜଣାଯାଇଛି । ଓ.ଟି.ଏ.ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବ-ନିର୍ବାଚିତ ସଭାପତି ଡ଼ା. ଅନୀତା ମିଶ୍ର, ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ଖେଳର ଆହୁରି ମାନବୃଦ୍ଧି ତଥା ରାଜ୍ୟ, ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବୁ ବୋଲି ଦୃଢ଼ ମତବ୍ୟକ୍ତ କରି ରଖି ସମସ୍ତଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

6 − two =