pakka

ଆଗଲପୁର ସାହିତ୍ୟ ଘର ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପାଳିତ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ସାଲେଭଟା ସରସ୍ୱତୀ ଶିଶୁ ମନ୍ଦିରଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି । ବ୍ଲକ୍‌ ସମ୍ବାଦ ସାହିତ୍ୟ ଘର ସଭାପତି ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସାହିତ୍ୟିକା ତଥା ଆଞ୍ଚଳିକ ମହାବିଦ୍ୟାଳୟ, ଲଛିପୁରର ଅଧ୍ୟପିକା ରଲ୍ୟାଣି ମିଶ୍ର ଯୋଗଦେଇ ମଧୁବାବୁଙ୍କୁ ସ୍ୱାଭିମାନ ଶ୍ରେଷ୍ଠ ପ୍ରତିକ ବୋଲି କହିଥିଲେ । ସମ୍ମାନୀୟ ଅତିଥିଭାବେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର, ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ସହ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଏକ କବିତାପାଠକୁ କବି ମହେନ୍ଦ୍ର ପଟେଲ ସଂଯୋଜନା କରିଥିଲେ । ଉପସ୍ଥିତ ସାରସ୍ୱତ ସାଧକ ଗୋବର୍ଦ୍ଧନ ଭୋଇ, ଶମ୍ଭୁନାଥ ଶତପଥି, ଯୁବରାଜ ନାଗ, ସମୀର ସାହୁ, କୌସ୍ତୁଭ ଜାଲ ଆଦି ସ୍ୱରଚିତ କବିତାପାଠ କରିଥିଲେ । ଶେଷରେ ସାହିତ୍ୟ ଘର ସଂପାଦକ କବି ରାଧାକାନ୍ତ ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five × three =