pakka

ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ପାଳିତ

bbehera

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମହାବୀର ପଡ଼ାସ୍ଥିତ ହନୁମାନ ମନ୍ଦିରରେ ଗତ ମଙ୍ଗଳବାର ଦିନ ଶ୍ରଦ୍ଧାର ସହିତ ପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ହନୁମାନ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଭଜନ, କୀର୍ତ୍ତନ, ହନୁମାନ ଚାଳିଶା ପଠନରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଆୟୋଜିତ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବଡ଼ କୁଟୁରୁ ଶ୍ରୀରାମ ମନ୍ଦିରଠାରୁ ପୂଜାର୍ଚ୍ଚନା କରାଯାଇ ପଟୁଆର ବାହାରିଥିଲା । ବିଭିନ୍ନ ହିନ୍ଦୁ ସଂଗଠନର ଯୁବକମାନେ ଏହି ପଟୁଆରରେ ସାମିଲ ହୋଇଥିଲେ । ତେର କିଲୋମିଟର ଯାତ୍ରା ସମୟରେ ଉଭୟ ପାର୍ଶ୍ଵର ଗାଁମାନଙ୍କରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସନ୍ଧ୍ୟାରେ ଜୟପାଟଣା ହନୁମାନ ମନ୍ଦିର ପରିସରରେ ପଟୁଆର ପହଞ୍ଚିଲା ପରେ ଶହ ଶହ ଶ୍ରଦ୍ଧାଳୁ ପଟୁଆରର ପ୍ରତିକ୍ଷାରେ ରହିଥିଲେ । ସନ୍ଧ୍ୟାରେ ଭଜନର ଆୟୋଜନ ସହିତ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

three − 2 =