pakka

କେନାଲ ପାଣି ଅଭାବରୁ ଚାଷ ନଷ୍ଟ : ଚିନ୍ତାରେ ଚାଷୀ

bbehera

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଚାରବାହାଲରେ କେନାଲ ପାଣି ଅଭାବରୁ ପ୍ରାୟ ୨୫ ଏକରରୁ ଅଧିକ ଚାଷ କରିଥିବା ଧାନ ନଷ୍ଟ ହେଇଯାଇଛି । କୁସୁମଖୁଣ୍ଟି ଅଧିନସ୍ଥ ଘୁମେରଗୁଡ଼ା ସବ୍‌ମାଇନର୍‌ କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ କୋଟାନିଆପଡ଼ା ପର୍ଯ୍ୟନ୍ତ ରହିଛି । କିନ୍ତୁ ଉପରମୁଣ୍ଡରେ ଥିବା କିଛି ବାହୁବଳୀ ଚାଷୀ ନିଜର ଚାଷ ଜମି ସହିତ ନିଜ ନିଜ ପୋଖରୀରେ ବେଆଇନ ଭାବରେ ପାଣି ନେଇଥିବାରୁ ତଳ ମୁଣ୍ଡରେ ଥିବା ଚାଷୀ ପାଣି ପାଇପାରୁନାହାନ୍ତି । ଯାହା ଫଳରେ ବର୍ଷ ତମାମ କଷ୍ଟ କରି ଧାନ ପାଚିବା ସମୟରେ ପାଣି ନପାଇ ଧାନ ପୋଡ଼ି ଗଲାଣି । ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀ ପ୍ରଦ୍ୟୁମ୍ନ ସାହୁ, ପ୍ରବୀଣ ସାହୁ, ଗୋପାଳ ସାହୁ, ସୁଶାନ୍ତ ସାହୁ ବାରମ୍ବାର ସ୍ଥାନୀୟ କେନାଲ ଡିଭିଜନର ଯନ୍ତ୍ରୀ, ଇଞ୍ଜିନିୟର୍‌ଙ୍କୁ ଫେରାଦ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ଚାରବାହଲ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଜଣାଇଲା ପରେ ନଷ୍ଟ ହୋଇଯାଇଥିବା ଚାଷ ଜମିକୁ ଯାଇ ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କ୍ଷତି ପୂରଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

thirteen + 6 =