pakka

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାରେ ମଂଚସ୍ଥ ହେଲା ସୁର୍ପଣଖାର ନାଶାକର୍ଣ୍ଣ ଛେଦନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ସୁର୍ପଣଖାର ନାଶାକର୍ଣ୍ଣ ଛେଦନ । ଖୁବ୍‌ ସୁନ୍ଦର ଅଭିନୟରେ କଳାକାରମାନେ ଦର୍ଶକମାନଙ୍କ ମନ ମୋହିଛନ୍ତି । ଲଙ୍କାପତି ରାବଣ ନିଜ ଭଉଣୀ ସୁର୍ପଣଖାର ନାଶାକର୍ଣ୍ଣ ଛେଦନ ସମ୍ବାଦ ପାଇ ସୀତା ହରଣ ପାଇଁ ନିଷ୍ପତ୍ତି ନେଇଛି ରାବଣ । ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କ ଅଭିନୟରେ ବେଶ୍‌ ବିମୋହିତ ହୋଇଛନ୍ତି ଦର୍ଶକ । ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ଜଣେ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ । ଦିନ ବେଳା ରୋଗୀ ସେବାରେ ନିୟୋଜିତ ହେଉଥିବା ଡାକ୍ତର ରାତିରେ ରାବଣ ଭୂମିକାରେ ରାମଲୀଳା ମଂଚରେ । ତାଙ୍କ ଅଭିନୟ ମଧ୍ୟ ଖୁବ୍‌ ନିଖୁଣ । ଅତି ଆକର୍ଷଣୀୟ ଅଭିନୟରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଡାକ୍ତର ରୁଦ୍ର ନାରାୟଣ ରାବଣ ଭୂମିକାରେ ଅଭିନୟ କରି ନିଜେ ମଧ୍ୟ ବେଶ୍‌ ଆନନ୍ଦିତ । ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଅଭିନୟ କରି ସେ ଅପୂର୍ବ ଆନନ୍ଦ ପାଆନ୍ତି ବୋଲି ନିଜେ କୁହନ୍ତି ।

Leave A Reply

Your email address will not be published.

11 − 2 =