pakka

ଛତ୍ରପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ହ୍ୱିଲ୍ ଚେୟାର ଦିବସ ପାଳିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମଠାରେ ବିଶ୍ୱ ହ୍ୱିଲ୍ ଚେୟାର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ବର୍ଗର ଲୋକଙ୍କ ଯୋଗଦାନ ହୋଇଥିବା ବେଳେ ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନେଇ ଏକ ହ୍ୱିଲ୍ ଚେୟାର ରାଲି ବାହାରି ଛତ୍ରପୁର ମିନି-ଷ୍ଟାଡିୟମରେ ପହଞ୍ଚିଥିଲା । ସେଠାରେ ଭିନ୍ନକ୍ଷମଙ୍କ ଦ୍ଵାରା ଉତ୍ସର୍ଗୀକୃତ ଏକ ଭବ୍ୟ-ସମ୍ବର୍ଦ୍ଧନା ଓ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା । ଆନୁଷ୍ଠାନିକ ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ହ୍ୱିଲ୍ ଚେୟାର ଦିବସର ମହତ୍ତ୍ୱ ବୁଝାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜଣେ ଜଣେ ସାଧାରଣ ବର୍ଗର ଲୋକଙ୍କ ସହ ସମକକ୍ଷ ହେବାର ପ୍ରୟାସ ସରକାର ବ୍ୟବସ୍ଥା କରଣ କରୁଛନ୍ତି ବୋଲି ସମ୍ୟକ୍ ଅଲୋକପାତ କରିଥିଲେ । ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆଇସୋ ଶବର, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ବ୍ରହ୍ମପୁର ଲିପିକା ଏନ୍.ଜି.ଓ. ସଂଗଠନ ନିର୍ଦ୍ଦେଶିକା ରଶ୍ମିତା ଦେବୀ, ବ୍ରହ୍ମପୁର କାର୍ଡ ଏନ୍.ଜି.ଓ. ସଂଗଠନର ସୁରେଶ ସାହୁ, କୁକୁଡ଼ାଖଣ୍ଡିସ୍ଥ ବିଜୁପଟ୍ଟନାୟକ ଆତ୍ମସହାୟକ ଦଳର ସମ୍ପାଦକ କେ. ମଣି ବାବୁ, ଛତ୍ରପୁର ସମର୍ଥ ସଂଗଠନର ସମ୍ପାଦକ କେ. ଆନନ୍ଦ ରାଓ ପ୍ରମୁଖ ମଞ୍ଚାସୀନ ହୋଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଭିନ୍ନକ୍ଷମମାନଙ୍କ ମଧ୍ୟରେ ବିବିଧ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତି ଭିନ୍ନକ୍ଷମଙ୍କୁ ପୁରସ୍କୃତ କରଯାଇଥିଲା ।

jay balangir
Leave A Reply

Your email address will not be published.

3 × 4 =