pakka

ପଦ୍ମପୁର ସରକାରୀ ଡାକ୍ତରଖାନାର ଡାକ୍ତର ରାଜୁ ନାଏକଙ୍କ ମୃତ୍ୟୁ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ରାଜୁ ନାୟକଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ଜଣା ପଡ଼ିଛି ଯେ ଆଜି ଦିନ ବେଳା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ରୋଗୀସେବା କରିଥିଲେ । ଦିନ ଗୋଟାଏ ସମୟରେ ଡିୟୁଟି ସାରି ବରଗଡ଼ ଯାଇ ଫେରୁଥିଲେ । ପଞ୍ଚଭାୟା ପାଖାପାଖି ହଠାତ୍ ଅସୁସ୍ଥ ହୋଇ ପଡିବାରୁ ଡ୍ରାଇଭର ପଦ୍ମପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡ଼ାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଥିଲା ହେଲେ ସେ ଜୀବନ ହରାଇଥିଲେ । ପଦ୍ମପୁର ସରକାରୀ ଡାକ୍ତରଖାନାର ସମସ୍ତ ଡାକ୍ତର ଓ ଏସ୍‌ଡିଏମ୍‌ଓ ସରୋଜ କୁମାର ସେଠଙ୍କ ଉପସ୍ଥିତିରେ ମୃତ ଘୋଷଣା କରାଯାଇଥିଲା । ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥାନକୁ ପଠାଯାଇଥିଲା । ପଦ୍ମପୁର ସରକାରୀ ଡାକ୍ତରଖାନାରେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟରତ ଥିଲେ । ଯେଉଁ ଡାକ୍ତର ଖାନାରେ ଡାକ୍ତର ହୋଇ ରୋଗୀଙ୍କୁ ଚିକିତ୍ସା କରୁଥିଲେ ସେହି ଡାକ୍ତର ଖାନାରେ ରୋଗୀ ହୋଇ ଜୀବନ ହରାଇଲେ । ପଦ୍ମପୁର ଅଂଚଳରେ ରୋଗୀସେବା କରି ବେଶ ପରିଚିତି ଥିବା ଡ଼ାକ୍ତରଙ୍କ ପାଇଁ ଶୋକର ଛାୟା ଖେଲିଯାଇଛି । ପଦ୍ମପୁର ଓକିଲ ସଙ୍ଘ ସଭାପତି ସନ୍ତୋଷ କୁମାର ଶତପଥିଙ୍କ ସମେତ ଅନେକ ଅନୁଷ୍ଠାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

five × 3 =