ବଙ୍ଗୋମୁଣ୍ଡାରେ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଜେଡି କାର୍ୟ୍ୟାଳୟ ପରିସରରେ ଆଜି ଉତ୍‌କଳ ବରପୁତ୍ର, ସାହସୀ ବୀର ଓଡିଆ, ମହାନ୍‌ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁଧାଂଶୁ ସିଂଦେଓ, ପ୍ରଦୀପ ସାହୁ, ଗୌରାଙ୍ଗ ମହାନନ୍ଦ, ପରମେଶ୍ୱର ଜାନୀ, କୁଞ୍ଜବିହାରୀ ବେହେରା, କନ୍ଦର୍ପ ଭୋଇଙ୍କ ସହ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି କରାଯାଇଥିଲା । ଏଥିରେ ଅଂଚଳର ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.