csstore

ତହଁକ୍‌ କୁଟୁମ୍‌ ତରଫରୁ କୋଶଲି ସ୍ୱାଭିମାନ ଦିନ୍ ପାଳିତ

  • କୋଶଲି ଭାଷାର ସ୍ୱୀକୃତି ଯୋଶୀଙ୍କ ସ୍ଵପ୍ନ ଥିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି କୋଶଲ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଦୀର୍ଘ ବର୍ଷ ହେବ ସାରା ଓଡିଶାରେ ଏହି ଦିନକୁ କୋଶଲି ସ୍ୱାଭିମାନ ଦିନ୍ ଭାବରେ ପାଳନ କରାଯାଉଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ କୋଶଲି ଭାଷା ସାହିତ୍ୟକୁ ଆଗକୁ ନେଉଥିବା ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍‌ କୁଟୁମ୍‌ ତରଫରୁ ବଲାଙ୍ଗିର ଠାରେ କୋଶଲି ସ୍ୱାଭିମାନ ଦିନ୍ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଯୋଶୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରାଜୀବ ପ୍ରସାଦ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ କବି ଦିଲ୍ଲୀପ କୁମାର ମିଶ୍ର ବକ୍ତା ଭାବରେ ଯୋଗଦେଇ ଓଡିଆ ଏବଂ କୋଶଲି ଭାଷାର ସମୃଦ୍ଧି ପାଇଁ ପଣ୍ଡିତ ଯୋଶୀଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିବା ବେଳେ ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ଆମେ ଯଦି ଆଜି କୋଶଲସି ଭାଷା ବୋଲି ଏକ ସ୍ଵତନ୍ତ୍ର ପରିଚୟ ପାଇଛେ ସେଇଟା କେବଳ ପଣ୍ଡିତ ଯୋଶୀଙ୍କର ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କବି ଅର୍ଜୁନ କୁମାର ସାହୁ ପରିଚାଳନା କରିଥିବା ବେଳେ କବିତା ଆସରକୁ ପ୍ରଭାସିନି ଭୋଇ ସଂଯୋଜନା କରିଥିଲେ । ସୁଦେଷ୍ଣା ମିଶ୍ର, ସାଲିନି ସା, ମିଲନ ପଣ୍ଡା, ପୁଷ୍ପାଞ୍ଜଳି ମେହେର, ଗୋପାଲ ଚନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ନାଟ୍ୟକାର ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.