
ବରଗଡ, (ନିରୋଜ କୁମାର ପାଣୀ) : ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ଚତୁର୍ଥ ପ୍ରତିଷ୍ଠା ଦିବସ ଆସନ୍ତା ୧୪ ଫେବୃଆରୀ ବୁଧବାର ଦିନ ସକାଳ ୮.୩୦ ଟା ସମୟରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ବରଗଡ ସଂକଳ୍ପ ପରିବାର ।