jsm

ଜିଲ୍ଲାସ୍ତରୀୟ ସ୍ଵାଭିମାନ ଦିବସ ପାଳିତ

csstore

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ସ୍ଵାଭିମାନ ଦିବସ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମା ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ଓକିଲ ସଂଘ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ ଯୋଗଦାନ କରିଥିବା ବେଳେ ଉତ୍ସବର ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍‌ ଡକ୍ଟର ଜ୍ୟୋତି ରଞ୍ଜନ ବହିଦାର ତଥା ସମ୍ମାନିତ ବକ୍ତା ଭାବରେ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ଉପସ୍ଥିତ ରହିଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନାଦର୍ଶ, ବ୍ୟକ୍ତିତ୍ଵ ଓ ସ୍ଵାଭିମାନ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନେ ନିଜ ନିଜର ସ୍ୱାତନ୍ତ୍ର୍ୟ ସୃଷ୍ଟି କରିବା ପାଇଁ ଅତିଥିମାନେ ଆହ୍ଵାନ ଦେଇଥିଲେ । ସମ୍ବାଦର ଜିଲ୍ଲା ପ୍ରତିନିଧି ରତନ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମାଜସେବୀ ଦୟାନିଧି ଦାଶ ଉପସ୍ଥିତ ରହି ସହାୟତା ଯୋଗାଇ ଦେଇଥିଲେ । ଶିକ୍ଷୟିତ୍ରୀ ସ୍ମିତାରାଣୀ ନାଏକ ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯଥା ପ୍ରମୋଦ ସାହୁ, ୟୁସୁଫ୍ ଖାନ୍, ସଂଗୀତା ପ୍ରଧାନ, ରୀନା ବୁଡେକ, ସୁଜିତ ବିଶ୍ଵାଳ ଓ ସରୀତା ମେହେର ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ।

yuvodaya
Leave A Reply

Your email address will not be published.