csstore

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଇଂରାଜୀ ଭାଷା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଇଂରାଜୀ ଭାଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଫେସର ଜୟଦେବ କର ଯୋଗଦେଇ ସାଂପ୍ରତିକ ଯୁଗରେ ଇଂରାଜୀ ଭାଷାର ମହାମ୍ୟଳ ସେକ୍ସପିୟରଙ୍କ ସାହିତ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ସେହିପରି ଜରାସିଂହା ମହାବିଦ୍ୟାଳୟର ଇଂରାଜୀ ପ୍ରଧ୍ୟାପକ ଦୁର୍ବାଦଳ ଘିଭେଲା ଯୋଗଦେଇ ଇଂରାଜୀ ସାହିତ୍ୟ ଓ ସେକ୍ସପିୟର କାଳଜୟୀ କବିତା ଗୁଡ଼ିକ ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ରଂଜନ ପାଣିଗ୍ରାହୀ, ଅକ୍ଷୟ ଚୌଧୁରୀ, ପ୍ରଶାନ୍ତ ତ୍ରିପାଠୀ, ଯୋଗଦେଇ ଇଂରାଜୀ ଦିବସ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ସୁରେଶ ପ୍ରସାଦ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ କିରଣ ଡାଙ୍ଗ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ସରୋଜ ସାହୁ, ସରୋଜ ମହାନ୍ତୀ, ଆଶିଷ ପଣ୍ଡା, ମଳୟ ରଂଜନ ରଣା, ଅଧ୍ୟାପିକା ସାରଦା ନାଏକ, ରୁନୁ ପଧାନ, ସ୍ମୁତି ଦେବ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.