csstore

ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵଭାରତୀ ଶିକ୍ଷା ନିକେତନ ତାଲିମ କେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କନିଅରଲାଲ ସାମଲ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ଭାରତ ବର୍ଷର ଇତିହାସ ଏବଂ ଭାରତ ସ୍ୱାଧୀନ ଏବଂ ସମ୍ବିଧାନ ଗଠନ ବିଷୟରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଥିବା ବୃଦ୍ଧାଶ୍ରମର ବୃଦ୍ଧ, ବୃଦ୍ଧାମାନଙ୍କୁ ଅବଗତ କରାଇଥିଲେ । ସେହିପରି ବେଥେଲ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଚୋରମରାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ବଡବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ଯୋଗ ଦେଇଥିଲେ । ଚୈତନ୍ୟ ପଟେଲ, ହରିଶ୍ଚନ୍ଦ୍ର ଦାସ, ସରୋଜ ଭୋଇ, ସୁଦାମ ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ସାହୁ ସଭା ସଂଯୋଜନା କରିଥିଲେ । ସେହିପରି ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସହ ଦେଓଗାଁ ବ୍ଲକର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ।

jayashree
Leave A Reply

Your email address will not be published.