pakka

ଛତ୍ରପୁର ପୋଲିସ ପଡ଼ିଆଠାରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

kalikesh

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡିଆ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶ ବାର୍ତ୍ତାକୁ ଗଞ୍ଜାମ ଏସ୍‌ପି ପାଠ କରିଥିଲେ । ନିଷ୍ଠାପର ସେବା କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥା ଭାଜନ ଓ ସର୍ବଦା ପ୍ରଶଂସାର ପାତ୍ର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସାଂଗକୁ ଗଞ୍ଜାମ ଏସ୍‌ପି ଗୃହରକ୍ଷୀମାନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି ।

ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା- ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା, ଜାନିଯାତ୍ରା, ପର୍ବପର୍ବାଣୀ, ମେଳା ମହୋତ୍ସବରେ, ଟ୍ରାଫିକ ନିୟନ୍ତ୍ରଣ ଆଦିରେ ପୋଲିସ ବାହିନୀକୁ ସହଯୋଗ କରିବା ଭଳି ସେବା କରିଥାନ୍ତି । ଏ ସବୁକ୍ଷେତ୍ରରେ ହୋମଗାର୍ଡ ସାମରିକ ବାହିନୀମାନେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦନା କରି ଆସୁଛନ୍ତି । ଏପରିକି ବିଭିନ୍ନ ସମୟରେ ଗୃହରକ୍ଷୀମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କର ସେବା କରି ଆସିଛନ୍ତି, ତେଣୁ ସେମାନେ ଏ ସମାଜରେ ଭୂୟସୀ ପ୍ରଶଂସାର ପାତ୍ର ଅଟନ୍ତି ବୋଲି ଏସ୍‌ପି ଶ୍ରୀ ରାଏ ଗଣନା କରି କହିଛନ୍ତି । ଏହି ଦିବସର ମହତ୍ତ୍ୱ ସ୍ୱରୂପ ଶେଷ ପର୍ଯ୍ୟାୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲାର ୫୧ ଜଣ ଗୃହରକ୍ଷୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରି ସମ୍ବର୍ଦ୍ଧିତ କରିଥିଲେ । ନିଷ୍ଠାପର କାର୍ଯ୍ୟକ୍ଷେତ୍ରରେ ଏସ୍.ପର୍ଶୁରାମ ରେଡ୍ଡୀ, ପ୍ରଦୀପ କୁମାର ଶତପଥୀ ଏବଂ କବିରାଜ ମୁଦୁଲିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ସମ୍ମାନ ଏବଂ ଶେରଗଡ଼ର ଦେବାଶିଷ ମହାନ୍ତି ରୌପ୍ୟ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ହୋମଗାର୍ଡଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ ଯୋଗଦେଇ ପ୍ରଥମେ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପି. କେ. ଦଲେଇ, ଡ଼ିଏସ୍‌ପି ଶ୍ରାବଣୀ ନାୟକ, ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସମେତ ବହୁ ପୋଲିସ ପଦାଧିକାରୀ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

pp
Leave A Reply

Your email address will not be published.

ten + 3 =