pakka

୬୦ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପୋଲିସ ପଡିଆ ଠାରେ ଜିଲ୍ଲା ଗୃହରକ୍ଷୀ ବାହିନୀର ୬୦ତମ ବାର୍ଷିକ ଦିବସ ଗୃହରକ୍ଷୀମାନଙ୍କ ଦ୍ୱାରା ପାଳନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ୧୮ ଗୋଟି ଥାନାର ଉତ୍ତମ କାର୍ଯ୍ୟ କରିଥିବା ଗୃହରକ୍ଷୀମାନଙ୍କୁ ଏହି ପ୍ରତିଷ୍ଠା ଦିବସରେ ସାମିଲ କରାଯାଇଥିଲା ଏବଂ ଏକ ଉଚ୍ଚ କୋଟିର ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଏସ୍‌ପି ନିତିନ କୁଶଲକର ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ ପରିଚାଳନା କରିଥିଲା ଜିଲ୍ଲା ଗୃହରକ୍ଷୀ ବାହିନୀ କମ୍ପାନୀ କମାଣ୍ଡର ହେମନ୍ତ କୁମାର ବେହେରା । ସେକେଣ୍ଡ ଇନ୍‌ କମାଣ୍ଡ ଭାବରେ ୟୁନିଟ କମାଣ୍ଡର ପ୍ରଫୁଲ୍ଲ କୁମାର ବଗର୍ତ୍ତୀ ଓ ପ୍ଲାଟୁନ କମାଣ୍ଡର ସୁଧିର କୁମାର ଜାଲ, ଟଙ୍କର ସେଠ, ହେଡ୍‌କ୍ୱାଟର ପ୍ଲାଟୁନ କମାଣ୍ଡର ଗୁଲାପ ସାହୁ ଟିଟିଲାଗଡ, ପ୍ଲାଟୁନ କମାଣ୍ଡର ଦିନବନ୍ଧୁ ନାଏକ ପାଟଣାଗଡ ପ୍ରମୁଖ ପ୍ଲାଟୁନ ଦାୟିତ୍ୱରେ ରହି ପ୍ୟାରେଡ କାର୍ଯ୍ୟ ନିର୍ବାହ କରିଥିଲେ । ଗୃହରକ୍ଷୀମାନଙ୍କର ଉଲ୍ଲେଖନୀୟ ସେବା ଓ ଉତ୍ତମ କାର୍ଯ୍ୟ ସଂପାଦନ ଦିଗରେ ଥାନାମାନଙ୍କରେ କାର୍ଯ୍ୟ ନିର୍ବାହ କରୁଥିବା ବିଭିନ୍ନ ଥାନାର ଗୃହରକ୍ଷୀମାନଙ୍କୁ ଏସ୍‌ପି ଆର୍ଥିକ ଅର୍ଥରାଶିରେ ପୁରସ୍କୃତ କରିବା ସହ ମାନପତ୍ର ପ୍ରଦାନ କରି ବଲାଙ୍ଗିର ଜିଲ୍ଲାର ଗୃହରକ୍ଷୀମାନଙ୍କ କାର୍ଯ୍ୟକଳାପ ଉପରେ ବିଶେଷ ସନ୍ତୋଷ ପ୍ରକଟ କରି ମହାମାରୀ କରୋନା ଭଳି ସମୟରେ କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ ନିର୍ବାହ କରିଥିବା ତଥା ବଲାଙ୍ଗିର ଜିଲ୍ଲାରେ ହେବାକୁ ଯାଉଥିବା ରାଜ୍ୟ ସରକାରଙ୍କର ବୃହତ ପ୍ରକଳ୍ପ ଲୋୟର ସୁକତେଲ କାର୍ଯ୍ୟରେ ଗୃହରକ୍ଷୀମାନଙ୍କ କାର୍ଯ୍ୟ ଦକ୍ଷତାର ବିଶେଷ ପ୍ରଶଂସା କରିଥିଲେ ଓ ବଲାଙ୍ଗିର ଜିଲ୍ଲା ଗୃହରକ୍ଷୀମାନଙ୍କ ପରିବାର ଗୁଡିକର ମଙ୍ଗଳ କାମନା କରିବା ସହ ଆହୁରି ଆଗ୍ରହ ସହକାରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ରାତ୍ର ପେଟ୍ରୋଲିଂ, ଟ୍ରାଫିକ୍‌ ଡ୍ୟୁଟିର ସମ୍ପୂର୍ଣ୍ଣ ଦାୟିତ୍ୱ ହୋମଗାର୍ଡମାନଙ୍କ ଦ୍ୱାରା ହେଉଥିବା ବିଷୟ ମଧ୍ୟ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରି ହୋମଗାର୍ଡମାନଙ୍କ ମନୋବଳକୁ ଆହୁରି ସୁଦୃଢ କରିଥିଲେ ।

ଗୃହରକ୍ଷୀମାନେ ଉଲ୍ଲେଖନୀୟ ସେବା ହେତୁ ପୁରସ୍କାରପ୍ରାପ୍ତ ହୋମଗାର୍ଡ ରାମ କୁମାର ସେଠ ବଲାଙ୍ଗିର ଟାଉନ, ବୈକୁଣ୍ଠ ସଦର ଲାଠୋର ଥାନା, ଗୌର ସେଠ ଦେଓଗାଁ ଥାନା, ଭୋଳାନାଥ ପ୍ରଧାନ ତୁଷୁରା ଥାନା, ହେମସାଗର ବାଗ ବେଲପଡା ଥାନା, ହେମନ୍ତ ବାରିକ ଓ ବୃନ୍ଦାବନ ପାଣ୍ଡେ ଲରମ୍ଭା ଥାନା, ପର୍ଶୁରାମ ବେହେରା ବଙ୍ଗୋମୁଣ୍ଡା ଥାନା, କାର୍ତ୍ତିକ ପଟେଲ ସଦର ଥାନା, ଗୌତମ ଲୁହା ତୁରେକେଲା ଥାନା ଏବଂ ବଲାଙ୍ଗିର ହେଡ୍‌କ୍ୱାଟର ଅଧିନସ୍ଥ ପ୍ଲାଟୁନ କମାଣ୍ଡର ପ୍ରଫୁଲ୍ଲ କୁମାର ବଗର୍ତ୍ତି, ଟଙ୍କଧର ସେଠ, ସୁଧିର କୁମାର ଜାଲ ଓ କମ୍ପାନୀ କମାଣ୍ଡର ହେମନ୍ତ କୁମାର ବେହେରାଙ୍କ ସ୍ୱତନ୍ତ୍ର ଭାବରେ ମାନପତ୍ର ତଥା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ହୋମ ମିନିଷ୍ଟର, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ଗୃହରକ୍ଷୀ ଅଗ୍ନିଶମ ତଥା ସିଭିଲ ଡିଫେନ୍ସ ମହାନିର୍ଦ୍ଦେଶକଙ୍କ ଠାରୁ ଗୃହରକ୍ଷୀ ଦିବସ ଉପଲକ୍ଷେ ଆସିଥିବା ବାର୍ତ୍ତା ମୁଖ୍ୟ ଅତିଥି ଜିଲ୍ଲା ଏସ୍‌ପି ନିତିନ କୁଶଲକର ପଠନ କରିଥିଲେ ଓ ଏହି ୬୦ତମ ଜିଲ୍ଲା ଗୃହରକ୍ଷୀ ବାହିନିର ପ୍ରତିଷ୍ଠା ଦିବସର ସମସ୍ତ କାର୍ଯ୍ୟ କୁମୁଦ ସେଠ ଆସିଷ୍ଟାଣ୍ଡ କମାଣ୍ଡରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷଙ୍କ ସହିତ ସାମ୍ବାଦିକ ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଯୋଗ ଦେଇ ଜିଲ୍ଲା ଗୃହରକ୍ଷୀ ବାହିନୀର ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

sixteen − four =