om academy

କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୁବନେଶ୍ଵର ଦ୍ୱାରା ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ଅଭିଯାନ ପାଳିତ ‌‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୁବନେଶ୍ଵର ଦ୍ୱାରା ବିଶେଷ ସ୍ଵଚ୍ଛତା ଅଭିଯାନ ପାଳିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଡ. ପେଟିକମ ଶ୍ରୀନିବାସନ ପ୍ରମୁଖ ବୈଜ୍ଞାନିକ ଓ ସମ୍ମାନିତ ଅତିଥି ଭାବେ ଡ଼. ଏ.ଭି.ଭି. କଉଣ୍ଡିନ୍ୟ ବୈଜ୍ଞାନିକ, ସିଙ୍ଗରାୟ ମାଝି ଟେକନିକାଲ ଅଫିସର, ସୁଚିତ୍ରା ବେହେରା ଟେକନିକାଲ ଅଫିସର, ସୟଦ ଇଦ୍ରିସ ଅଲ୍ଲୀ ଟେକନିକାଲ ଅଫିସର, ଗୋବିନ୍ଦ ନାୟକ, ସର୍ବେଶ୍ଵର ସମସ୍ତେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୁବନେଶ୍ଵର, ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା ପ୍ରମୁଖ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବକ୍ତାମାନେ ମହାତ୍ମାଗାନ୍ଧୀଙ୍କ ସ୍ଵଚ୍ଛତା ଉପରେ ଆଲୋକପାତ କରିଥିଲେ । ସ୍ଵଚ୍ଛ ରହିଲେ ଆମେ କିଭଳି ନିରୋଗ ରହିବା ଓ ସ୍ଵଚ୍ଛ ମାନସିକତା ରହିବ ତାହା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଵଚ୍ଛତା ଉପରେ ଭାଷଣ, ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ସୁଧୀର କୁମାର ଜେନା ଓ ଧନ୍ୟବାଦ ଅର୍ପଣ କରିଥିଲେ ବିରଞ୍ଚିନାରାୟଣ ବରାଳ । ସ୍ଵଚ୍ଛତା ଉପରେ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ଆମ୍ଵ, ଚାଉଳିଆ, ସପେଟା, ଅଁଳା, ବେଲ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.

6 + sixteen =