om academy

ଗଣ ଆନ୍ଦୋଳନ କରିବେ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା ପକ୍ଷରୁ ଗଣ ଆନ୍ଦୋଳନ କରାଯିବ ବୋଲି ଜଣାପଡିଛି । ରାଜ୍ୟରେ ଧନ୍ଦାମୂଳକ ଶିକ୍ଷା ବିଗତ ୨୦୧୬ରୁ ଆରମ୍ଭ ହୋଇ ଆଜି ୬ ବର୍ଷ ପୂର୍ଣ୍ଣ ହୋଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ବିଭାଗରେ ନିଯୁକ୍ତି ପାଇଥିବା ୨୦୦୦ ଭୋକେସନାଲ ଟ୍ରେନର୍ସ ଆଜି ମଧ୍ୟ ସେହି ସମାନ ଦରମାରେ କାମ କରି ଆସୁଛନ୍ତି । ବିଗତ ଦିନରେ ଦୁଇ ଦୁଇ ଥର ସରକାରଙ୍କ ପାଖରେ ଗୁହାରି ଜଣେଇଥିଲେ ମଧ୍ୟ ସରକାର ସେମାନଙ୍କୁ ନିରାଶା କରିଆସୁଛନ୍ତି ବୋଲି ମତ ପ୍ରକାଶ ପାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ନିକଟରେ ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରଥା ଉଛେଦ କଲେ କିନ୍ତୁ ଧନ୍ଦାମୂଳକ ଶିକ୍ଷକ ପ୍ରତି ବୈମାତୃକ ମୋନୁଭାବ କଲେ । ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଲା ଏହି ବିଭାଗରେ ୨୦୦୦ ଧନ୍ଦାମୂଳକ ଶିକ୍ଷକଙ୍କୁ ଆଜି ଯାଏଁ ଚାକିରି ସୁରକ୍ଷା ମିଳି ପାରିଲା ନାହିଁ, ସରକାର ବିଭିନ୍ନ ଠିକା ସଂସ୍ଥାକୁ ସର୍ମ୍ପୂଣ୍ଣ ଏହି ବିଭାଗକୁ ଟେକି ଦେଇ ନିଶ୍ଚିନ୍ତରେ କିଛି ନ ଜାଣିଲା ଭଳି ଅଭିନୟ କରି ଆସୁଛନ୍ତି । ତେଣୁ ଧନ୍ଦାମୂଳକ ପ୍ରଶିକ୍ଷକ ନିଜ ନିଜ କର୍ମ ସ୍ଥଳୀରେ ସଂକଳ୍ପ ନେବା ସହ ସରକାରଙ୍କ ଏହି ଭଳି ବୈମାତୃକ ମନୋଭାବକୁ ବିରୋଧ କରି ଆଗାମୀ ମହାଆନ୍ଦୋଳନରେ ସାମିଲ ହେବା ନିମନ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୩୧ ତାରିଖରେ ହେବାକୁ ଥିବା ବିଶାଳ ଗଣ ଆନ୍ଦୋଳନ ପାଇଁ ସଙ୍ଘ ତରଫରୁ ରାଜ୍ୟ ସଭାପତି ସୁନୀଲ କୁମାର ଦେବତା ଏବଂ ସମ୍ପାଦକ ଶେଖ ବେଲାଲ୍ଲୁଦିନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

9 + thirteen =