ଓଡିଶା ନାଟ୍ୟ ସଂଘର ୩୫ତମ ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ନାଟ୍ୟ ସଂଘର ୩୫ତମ ସ୍ୱନକ୍ଷତ୍ର ଦିବସ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସୁନ୍ଦରଗଡ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଭାସ୍କର ଚନ୍ଦ୍ର ମହାପାତ୍ର ସଭାପତିତ୍ୱ ତଥା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂଘର ରାଜ୍ୟ ସଂଯୋଜକ ପ୍ରଶାନ୍ତ ଷଡଙ୍ଗୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ନାଟ୍ୟକାର ଅଧ୍ୟାପକ ନଳିନୀନିହାର ନାୟକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଅଭିନେତା ବିଜୟ ପାତ୍ର ସଂଘର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ନାଟ୍ୟକାର, ଅଭିନେତାଙ୍କ ସମ୍ମୁଖରେ ଥିବା ଆହ୍ୱାନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ତଥା ଅଭିନେତା ଶରତ ଦାସ, ଉମାକାନ୍ତ ବିଶୋଇ, ଆଲୋକ ବୋଷ, କ୍ଷଣପ୍ରଭା ବିଶୋଇ, କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, ଅଶୋକ ବଳ, ପ୍ରଳୟ ଶତପଥୀ, ରାନୁ ମହାପାତ୍ର, ପ୍ରବିର ଜେନା, କନକଲତା ଦାସ, ରମେଶ ମହାନ୍ତି, ସ୍ୱପ୍ନା ଦାସ, ପୂଜା ସେନାପତି, ବିଜୟ ଭୋଳ, ପ୍ରଜ୍ଞାନନ୍ଦ ମହାନ୍ତି, ଭାଗିରଥୀ ଧଳ, ସିତୋଷ ମହାନ୍ତି ପ୍ରମୁଖ ନାଟ୍ୟ ସଂପର୍କିତ ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ । ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଉନ୍ନତ ମାନର ନାଟକ ପ୍ରସ୍ତୁତି ସହ ଠିକ୍ ପରିମାଣରେ ରିହରସଲ୍‌ ହେବା ଦରକାର । ସେହିପରି ଶୃଙ୍ଖଳିତ ଓ ପରସ୍ପରକୁ ସମ୍ମାନ ବୋଧ ତଥା ନିଜ ନାଟକ ଭଳି ଅନ୍ୟମାନଙ୍କ ନାଟକକୁ ଦର୍ଶକ ହୋଇ ଦେଖିବା ଦରକାର । ସଭାପତି ଶ୍ରୀ ମହାପାତ୍ର ରିହରସଲ୍‌କୁ ଗୁରୁତ୍ୱ ଦେବାସହ ନାଟକର ମାନ ପ୍ରତି ଦୃଷ୍ଟି ଦେବାପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସଂଘ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରୁ ଭଞ୍ଜଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ସହରର ସମସ୍ତ ନାଟ୍ୟାନୁଷ୍ଠାନର ଅଭିନେତା ଅଭିନେତ୍ରୀ ନିର୍ଦ୍ଦେଶକ ତଥା ନାଟକ ସହିତ ସଂପୃକ୍ତ ଥିବା ବ୍ୟକ୍ତି ଯୋଗଦେଇ ଥିଲେ । ଶେଷରେ ରାଜ୍ୟ ସଂଯୋଜକ ଶ୍ରୀ ଷଡଙ୍ଗୀ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 2 =

error: Content is protected !!