pakka

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ହିନ୍ଦୀ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ହିନ୍ଦୀ ଦିବସ ମହାସମାରୋହରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ପାର୍ବଣରେ ଅବସରପ୍ରାପ୍ତ ସୈନିକ ପ୍ରତାପ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଓ ହିନ୍ଦୀ ଶିକ୍ଷକ ମଦନ ମୋହନ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ହୋଇପାରିଲେ ଦେଶର ଏକତା ଓ ଅଖଣ୍ଡତା ପ୍ରତି ଆଶୀର୍ବାଦ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସରସ୍ୱତୀଙ୍କ ବନ୍ଦନା ଗାନ କରିଥିଲେ ରେସମା ନାଏକ, ଯୋଗେନ୍ଦ୍ରୀ ମିର୍ଦ୍ଧା, ସୁନିତା ମଲ୍ଲିକ ଓ ବିଦୂସ୍ମିତା ତାଣ୍ଡି । ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଗିତା ସାଏ । ଏହି ଅବସରରେ ମଠଖାଇ ପ୍ରାଚୀର ପତ୍ରିକାର ହିନ୍ଦୀ ବିଶେଷାଙ୍କ ଉନ୍ମୋଚିତ ହେବା ସହିତ ଜୟନ୍ତୀ ସୁନାଙ୍କ ସଂଯୋଜନାରେ ହିନ୍ଦୀ କବିତା ପାଠ ଅନୁଷ୍ଠିତ ହୋଇଥିଲା । ବିଗତ ବର୍ଷରେ ମେଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ହିନ୍ଦୀରେ ସର୍ବୋଚ୍ଚ ମାର୍କ ରଖିଥିବା ଭଗବତୀ ନାଏକଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ହୋଇଯାଇଥିବା ବକ୍ତୃତା, ସଂଗୀତ, ପଠନ ଓ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସଭାରେ ଅନିଲ କୁମାର ସାହୁ, ଲଲାଟ କେଶରୀ ପ୍ରଧାନ ମଧ୍ୟ ମତବ୍ୟକ୍ତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜ୍ୟୋତି ବାରିକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ମାମୁନି ପାତ୍ର, ମୌସୁମି ତାଣ୍ଡି, ନିଳାଂଚଳ କୁଅଁର, ସାଧନା ପଣ୍ଡା, ହରେରାମ ବାରିକ, ରାଜିନ୍ଦ୍ର କୁଅଁର, କବିତା ବାରିକ । ଶେଷରେ ବଲ୍ଲଭି ବାଗ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

three × four =