pakka

ବିଶିପାଲି ଗ୍ରାମର ନୂଆପଡ଼ାଠାରେ ବିଶ୍ଵକର୍ମା ପୂଜା ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ବିଶିପାଲି ଗ୍ରାମରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ପ୍ରକାଶ ପୂଜା ଅର୍ଚ୍ଚନା କରିଥିବା ବେଳେ ଘନଶ୍ୟାମ ସାହୁ ଓ ତାଙ୍କ ପତ୍ନୀ ଅଏଁଲା ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ଗ୍ରାମର ବହୁ ସଂଖ୍ୟାରେ ମହିଳାମାନେ କଳସ ଧରି ପୋଖରୀରୁ ପୁଣ୍ୟଜଳ ଓ ସଂକୀର୍ତ୍ତନ୍ୟ ମଣ୍ଡଳୀ ସହ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ତିନି ଦିନ ଧରି ସନ୍ଧ୍ୟା ସମୟରେ ଦଣ୍ଡ ନୃତ୍ୟ, ସଂକୀର୍ତ୍ତନ, ପାଲା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା କମିଟିର ସଭାପତି ଦଲଗଞ୍ଜନ ସାହୁ ଓ ସଂପାଦକ ଉଦୟ ସାହୁଙ୍କ ତତ୍ତ୍ଵାବଧାନରେ ଗ୍ରାମର କୁଳମଣି ସାହୁ, ଲେଖବ ସାହୁ, ଭୋଜ ସାହୁ, ମୁରଲୀଧର ସାହୁ, ଦାସିଆ ସାହୁ, ଚିତ୍ତରଞ୍ଜନ ସାହୁ ଓ ନୂଆପଡ଼ାର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହା ଶାନ୍ତି ଶୃଙ୍ଖଳା ସହିତ ଭସାଣି ଯାତ୍ରା ସମାପ୍ତ ହୋଇଥିଲା ।

Leave A Reply

Your email address will not be published.

9 + three =